ଯାଜପୁର,୨୨/୧୨/୨୦୨୩ (ଓଡ଼ିଶା ସମାଚାର)- ଆଦର୍ଶ ଓଡିଶା ଫାଉଣ୍ଡେସନ ପକ୍ଷରୁ ସୁଜନପୁର ପଂଚାୟତରେ ଅଣଧାନ ଫସଲ ସମ୍ବନ୍ଧରେ ଏକ କର୍ମଶାଳା ଓ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୁଜନପୁର ସରପଞ୍ଚ ବିଷ୍ଣୁ୍ପ୍ରିୟା ମହାକୁଡ , ଡି ଏଲ୍ ଏମ୍ ମନୋଜ ରାଉତ , ସମାଜସେବୀ ଗଣେଶ ଚନ୍ଦ୍ର ମହାକୁଡ ଆତ୍ମା ଅଧ୍ୟକ୍ଷ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ପ୍ରତିଯୋଗିତାରେ ସୁଜନପୁର, ଛତିଶଦେବିଲ, ରୁଦ୍ରପୁର , ସାହସପୁର, ଏରବାଙ୍କ ରୁ ବିଭିନ୍ନ ଗୋଷ୍ଠୀର ସଦସ୍ୟା ମାନେ ଅଂଶଗ୍ରହଣ କରି ନିଜ ନିଜ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଅତିଥି ମାନଙ୍କୁ ଚାଖିବାକୁ ଦେଇଥିଲେ । ଅଣଧାନ ଚାଷ କୁ ବିଶେଷ ଗୁରୁତ୍ଵ ଦେବା ପାଇଁ ସୁଜନପୁର ସରପଂଚ ଶ୍ରୀମତୀ ବିଷ୍ଣୁପ୍ରିୟା ମହାକୁଡ ସମସ୍ତ ପ୍ରତିଯୋଗୀ ଓ ଚାଷୀ ମାନଙ୍କୁ ବୁଝାଇ କହିଥିଲେ ଓ ଏହା ଦ୍ବାରା ଚାଷୀ ଭାଇମାନେ ଅଧିକ ଲାଭ ପାଇପାରିବେ ବୋଲି ସୂଚନା ମଧ୍ୟ ଦେଇଥିଲେ , ଶ୍ରୀମତୀ ମହାକୁଡ ।