ଖୋର୍ଦ୍ଧା,୦୩/୦୩/୨୦୨୪(ଓଡ଼ିଶା ସମାଚାର)-ଖୋର୍ଦ୍ଧା ନିକଟ ପାଇକତିଗିରିଆ ହାଇସ୍କୁଲରେ ପ୍ରଧାନଶିକ୍ଷକ ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ନିରଞ୍ଜନ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହିତ ଉଦ୍ଘାଟିତ ପରେ ସ୍ଵାଗତଗୀତିକା ଗାନ ଓ ବରିଷ୍ଠଶିକ୍ଷକ ସ୍ଵାଗତ, ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ପରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଲକ୍ଷ୍ମୀ ନାରାୟଣ ପଣ୍ଡା, ହରେକୃଷ୍ଣ ସାଧୁଆ, ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଜବାହରଲାଲ ସୁବୁଦ୍ଧି, ଗୋକୁଳାନନ୍ଦ ସାମନ୍ତସିଂହାର, ପ୍ରମୋଦ ବାରିକ, ରସିକ ମହାପାତ୍ର, ରମାମଣି ଜେନା, ଛାତ୍ରଛାତ୍ରୀ ବିଦାୟୀ ପିଅନ ନିରଞ୍ଜନ ସାହୁଙ୍କ ଦୀର୍ଘ ୩୫ ବର୍ଷର କାର୍ଯ୍ୟସଫଳତା, ନିଷ୍ଠା, ସମୟାନୁବର୍ଷିତା, ନମ୍ରତା, ମିଷ୍ଟ ଭାଷାର ଆତ୍ମୀୟତା ବଖାଣି ଥିଲେ। ପରେ ନିରଞ୍ଜନ ସାହୁଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ମଧ୍ୟ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ସମ୍ବର୍ଦ୍ଧିତ ସହିତ ପେନସନ ପେପର ଦେଇଥିଲେ। ପାଇକତିଗିରିଆ ସ୍କୁଲ ଠାରେ ଶିକ୍ଷକ ନିରଞ୍ଜନ ସାହୁ, ସଲିଳା ପଟ୍ଟନାୟକଙ୍କ ଗୀତା ସେନ, ପିଣ୍ଡୁ ବେହେରା, ସାମୁଏଲ ଗମାଙ୍ଗ ସଂଯୋଜନା କରିଥିଲା ବେଳେ ସାବିତ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ବିଦ୍ୟାଳୟ ର ରୂପାନ୍ତରୀଣ କାର୍ଯ୍ୟକୁ ଅତିଥି ଓ ଗ୍ରାମବାସୀ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ନୂତନ ୪ର୍ଥ ଶ୍ରେଣୀ ଓ କ୍ଲର୍କ ନିଯୁକ୍ତି ପାଇଁ ଦାବି ରଖିଥିଲେ।