ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ସଭା ଓ ଶପଥ ପାଠ ଅନୁଷ୍ଠିତ

ଜଗତସିଂହପୁର, ୩୧/୧୦/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ। ସଭାରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଥିଲେ ଯେ, ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଦିବସ ଓ ରାଷ୍ଟ୍ରୀୟ ଏକତା ଦିବସ ।

ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତା କୁ ବଜାୟ ରଖିବା ପ୍ରତ୍ୟେକ ସୁ ନାଗରିକ ଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ। ଭାରତ ର ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲ ନିଜ ଜୀବନ କୁ ରାଷ୍ଟ୍ରୀୟ ଏକତା ପାଇଁ ଉତ୍ସର୍ଗୀକୃତ କରିଥିଲେ। ତେଣୁ ଆଜି ତାଙ୍କ ଜନ୍ମ ଦିବସ ରେ ଆମେ ରାଷ୍ଟ୍ର ର ଏକତା କୁ ସୁଦୃଢ଼ କରିବା ସହ ଦେଶ ର ଆଭ୍ୟନ୍ତରୀଣ ସୁରକ୍ଷା କୁ ସୁନିଶ୍ଚିତ କରିବା ନିମନ୍ତେ ବ୍ରତୀ ହେବା ଆବଶ୍ୟକ।

ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ର ଶପଥ ପାଠ କରାଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର, ଅସିଷ୍ଟାଣ୍ଟ କଲେକ୍ଟର, ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।

Leave a Reply

Your email address will not be published. Required fields are marked *