ଭୁବନେଶ୍ୱର,୨୧/୦୮/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ପୁଲିସର ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରାଯାଇଛି । ଏ ନେଇ ଗୃହ ବିଭାଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଜାରି ବିଜ୍ଞପ୍ତି ଅନୁଯାୟୀ,ସତ୍ୟବ୍ରତ ଭୋଇଙ୍କୁ ଗୁଇନ୍ଦା ବିଭାଗର ଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି। ସେହିପରି ହିମାଂଶୁ ଲାଲଙ୍କୁ ଇଓଡବ୍ଲ୍ୟୁ (EOW) ଓ ଏସ୍ଟିଏଫ୍ (STF)ର ଆଇଜି ଦାୟିତ୍ୱ ଦିଆଯାଇଛି।ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ନିଯୁକ୍ତି ମିଳିଥିବାବେଳେ ନୀତି ଶେଖରଙ୍କୁ ଆଇଜି ପ୍ରୋଭିଜନିଂ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଚରଣ ସିଂ ମୀନାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ଦିଆଯାଇଛି ।ଅନ୍ୟପକ୍ଷରେ, ଆଶିଷ କୁମାର ସିଂହଙ୍କୁ ତାଳଚେର ରେଞ୍ଜ୍ର ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଏଥିସହ ପୋଲିସ ଟ୍ରେନିଂ କଲେଜ୍ (PTC), ଅନୁଗୋଳଳର ପ୍ରିନ୍ସିପାଲ ଦାୟିତ୍ୱ ମଧ୍ୟ ତୁଲାଇବେ।
