ଯାଜପୁର, ୧୮/୧୧/୨୦୨୪ (ଓଡ଼ିଶା ସମାଚାର)-କଟକ ବାଲିଯାତ୍ରା ସଚେତନତା ରଥ କୁ ଯାଜପୁର ଠାରେ ସ୍ବାଗତ କରାଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଯୋଗଦେଇ କହିଥିଲେ ବାଲିଯାତ୍ରା ଆମ ସଂସ୍କୃତି ଓ ଐତିହ୍ୟ ର ପ୍ରତୀକ। ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଅମର ଗାଥା କୁ ବାଲିଯାତ୍ରା ସ୍ମରଣୀୟ କରି ରଖିଛି। ଆଗାମୀ ପିଢ଼ିକୁ ଓଡ଼ିଶାର ଏହି ମହାନ ସଂସ୍କୃତି ସମ୍ପର୍କରେ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ରଥ ଯାଜପୁର ଜିଲ୍ଲା ସମେତ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପରିକ୍ରମା କରି ବାଲିଯାତ୍ରାର ଐତିହ୍ୟ ସଂସ୍କୃତି ସମ୍ପର୍କରେ ସଚେତନ କରାଇଵ। ବାଲିଯାତ୍ରା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।