ବିଏମସିର ବଡ଼ ପଦକ୍ଷେପ : ଭୁବନେଶ୍ୱରରେ ଟ୍ରାଫିକ୍ ଛକରେ ଭିକ ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୩/୧୧/୨୦୨୩(ଓଡ଼ିଶା ସମାଚାର)-ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧିନ ଟ୍ରାଫିକ୍ ପୋଷ୍ଟ ନିକଟରେ ଆଉ ଭିକାରୀମାନେ ଚଳପ୍ରଚଳ କରିପାରିବେ ନାହିଁ । ପେନ୍, କଣ୍ଢେଇ ହେଉ ବା ଅନ୍ୟ ଜିନିଷ ବିକ୍ରି କରିବା ବାହାନାରେ ଭିକାରୀମାନେ ଟ୍ରାଫିକ୍ ସିଗନାଲ୍ ନିକଟରେ ରହିପାରିବେ ନାହିଁ । ବିଏମସି ପକ୍ଷରୁ ଏନେଇ କଟକଣା ଜାରି କରାଯାଇଛି । ଯଦି କେହି ଭିକାରୀ କଟକଣାକୁ ନମାନି ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ । ଏହି ଭିକାରୀମାନଙ୍କ ଉପରେ ବିଏମସିର ଏକ ଟିମ୍ ନଜର ରଖିଛି । ଟ୍ରାଫିକ ସିଗନାଲ ନିକଟରେ ବେଲୁନ ହେଉ କି କଲମ କିମ୍ବା ବିଭିନ୍ନ ଜିନିଷ ବିକ୍ରି କରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳେ । ଲୋକମାନେ କୌଣସି କାମରେ ଯାଉଥିବା ବେଳେ ଜିନିଷ ବିକିବା ବାହାନାରେ ଭିକାରୀମାନେ ବାଇକ୍ ଓ କାର ଆରୋହୀମାନଙ୍କୁ ଜିନିଷ କିଣିବା ପାଇଁ ନିବେଦନ କରିଥାନ୍ତି । ଲୋକମାନେ ବ୍ୟସ୍ତ ଥିବା ବେଳେ ଭିକାରୀମାନଙ୍କର ଏଭଳି ଆଚରଣକୁ ଅନେକ ପସନ୍ଦ କରନ୍ତି ନାହିଁ । ତେବେ ଲୋକଙ୍କ ଫିଡ୍ ବ୍ୟାକ୍ ଆଧାରରେ ବିଏମସି ଏହି ପଦକ୍ଷେପ ନେଇଛି ।

Leave a Reply

Your email address will not be published. Required fields are marked *