ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗାମ୍ବୁସିଆ ମାଛ ପ୍ରଜନନ କେନ୍ଦ୍ର ।

ଜଗତସିଂହପୁର, ୦୩/୦୩/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ  ବିଭାଗ,ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ମଶା ବଂଶର ଲୋପ କରିବା ପାଇଁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଗାମ୍ବୁଶିଆ ମାଛ ଚାଷ ପ୍ରଜନନ କେନ୍ଦ୍ର  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଡାକ୍ତର କ୍ଷେତ୍ରବାସୀ ଦାଶ ଙ୍କ ନିର୍ଦ୍ଦେଶ ରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଓ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ଅସିତ୍ କୁମାର ଦାସ ଙ୍କ  ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଛି।ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଟାଙ୍କିରେ କିଛି ଗାମ୍ବୁଶିଆ ମାଛ ଜାଁଆଳ ଛାଡ଼ି ପ୍ରଜନନ ପ୍ରକ୍ରିୟା ଆରମ୍ଭ କରାଯାଇଛି।ପ୍ରାକୃତିକ ପ୍ରଣାଳୀରେ ମଶା ବଂଶ ଦମନ ପାଇଁ ଏହି ମାଛ ବ୍ୟବହାର କରାଯାଏ।ଏହି ମାଛ ମସାର ଲାର୍ଭା ଖାଇଥାଏ।ମଧୁର ପାଣି ଓ ଲବଣାକ୍ତ ପାଣିରେ ଏହି ମାଛ ବଞ୍ଚିଥାଏ।ଏହି ମାଛ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି।ଅଣ୍ଡିରା ମାଛ ୪ ରୁ ୫ ସେଣ୍ଟିମିଟର ଓ ମାଇ ମାଚ୍ଛ ୬ ରୁ ୮ ସେଣ୍ଟିମିଟର ପର୍ଯ୍ୟନ୍ତ ବଢ଼ି ଥାଏ। ମାଇ ମାଛ ୩ ରୁ ୬ ମାସ ମଧ୍ୟରେ ପ୍ରଜନନ କରେ ଓ ବର୍ଷକୁ ୨ ରୁ ୩ ଥର ଛୁଆ ଦିଏ।ଏହି ମାଛ ଦିନକୁ ହାରାହାରି ଶହେରୁ ତିନିଶହ ମଶା ଲାର୍ଭା ଖାଇଥାଏ।ସାଧାରଣତଃ ପାଣି ର ଉପର ସ୍ତରରେ ଥିବା ଖାଦ୍ୟ ଏହି ମାଛ ଖାଇଥାଏ।ଏହି ମାଛ ଖାଦ୍ୟ ଉପଯୋଗୀ ନୁହେଁ।ମ୍ୟାଲେରିଆ ଓ ଫାଇଲେରିଆ ରୋଗର ନିୟନ୍ତ୍ରଣ ପାଇଁ ଏହି ମଶା ଲାର୍ଭା ଖିଆ ମାଛ ବର୍ଷ ସାରା ପାଣି ଜମି ରହୁଥିବା ସ୍ଥାନରେ ବ୍ୟବହାର କଲେ ମଶା ର ଲାର୍ଭକୁ ଖାଇ ମଶା ବଂଶ ଲୋପ କରିଥାଏ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଗାମ୍ବୁସିଆ ମାଛ ପ୍ରଜନନ କରାଯାଇ ଜିଲ୍ଲାର ଥିବା ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯିବା ସହିତ ଗାଁ ଗହଳିରେ ଜମି ରହୁଥିବା ପାଣିରେ ଛାଡ଼ିବା ପାଇଁ ପଦକ୍ଷେପ  ନିଆଯିବ  ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *