ଖଣ୍ଡାୟତ କ୍ଷତ୍ରିୟ ସମାଜର ରାଜ୍ୟ ସମ୍ମିଳନୀ  ଅନୁଷ୍ଠିତ

                                        ଇତିହାସ କୁ ବହୁ କ୍ଷେତ୍ରରେ ବିକୃତ କରାଯାଇଛି: ଡ ମଲ୍ଲିକ

 ରାଉରକେଲା,୦୩/୦୩/୨୦୨୪ (ଓଡ଼ିଶା ସମାଚାର)- ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ରାଉରକେଲା ଆନୁକୂଲ୍ୟରେ  ଖଣ୍ଡାୟତ କ୍ଷତ୍ରିୟ ମହାସଭାର ରାଜ୍ୟ ସମ୍ମିଳନୀ ସେକ୍ଟର ୫ସ୍ଥିତ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାସଭାର ଉପସଭାପତି ଉପେନ୍ଦ୍ର କୁମାର ନାୟକ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵ ତଥା ମୁଖପାତ୍ର କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଣ୍ଡାୟତ କ୍ଷତ୍ରିୟ ସମାଜ ର ରାଜା ସଭାପତି  ସରୋଜ ସିଂହ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ, ପ୍ରାକ୍ତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,  ସ୍ବତନ୍ତ୍ର ଅତିଥି ଭାବେ ମାନ୍ୟବର ସାଂସଦ ତଥା ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ, ପ୍ରାକ୍ତନ ମନ୍ତ୍ରୀ ତଥା ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ମୁଖ୍ୟବକ୍ତା ଭାବେ ସେବା ନିବୃତ ପ୍ରାଧ୍ୟାପକ ଡ଼ ପ୍ରଭାତ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବ ସଭାପତି ଦିଲ୍ଲିପ କୁମାର ବିଶ୍ବାଳ ଓ ରାଜ୍ୟ ଯୁଗ୍ମ ସମ୍ପାଦକ ରଜନୀକାନ୍ତ ମୁଦୁଲି ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତରାୟ ନିଜର ସ୍ବଭାବ ସୁଲଭ ଢଙ୍ଗରେ ଖଣ୍ଡାୟତ ଜାତିର କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ। ସ୍ବତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥିଗଣ ଜାତିର ଆଭିମୁଖ୍ୟ ତଥା ଜାତି ଭାଇମାନଙ୍କ ମଧ୍ୟରେ ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟବକ୍ତା ଇତିହାସ ବିଭାଗର ପ୍ରାଧ୍ୟାପକ ଡ ମଲ୍ଲିକ ଖଣ୍ଡାୟତ କ୍ଷତ୍ରିୟ ମାନଙ୍କର ଐତିହ୍ୟ , ପରମ୍ପରା ଓ ବୀରତ୍ବର ଗାଥା ଉପରେ ଆଲୋଚନା କରିଥିଲେ। ସେ ବିଭିନ୍ନ ଉପାଦେୟ ତଥ୍ୟ ମାଧ୍ୟମରେ ଜୟ ଶିଳାଲେଖ, କପିଳେନ୍ଦ୍ର ଦେବ, ଦିବ୍ୟସିଂହ ଦେବ,ଦନେଇ ରାଉତରାୟ,ଆଳି ଓ ପଟିଆ ରାଜବଂଶ, ପଦବୀ ପଛରେ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଇତିହାସ କୁ ବହୁ କ୍ଷେତ୍ରରେ ବିକୃତ କରାଯାଇଛି ବୋଲି ମତ ରଖିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ସମ୍ପାଦକୀୟ ବିବରଣୀ ସହ ପାଇକ ବା କଳିଙ୍ଗ ରେଜିମେଣ୍ଟ କରିବା ପାଇଁ ଦାବି ଉଠାଇଥିଲେ। ଏହା ସହ ଖଣ୍ଡାୟତ ଜାତିକୁ ଓବିସି ରେ ଅନ୍ତର୍ଭୁକ୍ତ ଓ ସଂଗ୍ରାହଳୟ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ପ୍ରାରମ୍ଭରେ ଖଣ୍ଡାୟତ କ୍ଷତ୍ରିୟ ମହିଳା ମୀନତି ବିଶ୍ବାଳ,ସସ୍ମିତା ପ୍ରଧାନ ଙ୍କ ନେତୃତ୍ବରେ ମହିଳା ମାନେ ପାଟଖଣ୍ଡା ବାରହାତ ଖଡ୍ଗ କୁ ଶୋଭାଯାତ୍ରର ନେତୃତ୍ବ ନେଇ ଭଞ୍ଜଭଵନ ଠାରେ ପହଞ୍ଚିଥିଲେ। ଏଥିରେ ବହୁ ମହିଳା ଓ ଜାତି ଭାଇମାନେ ଅଂଶଗ୍ରହଣ କରିଥିଲେ। ସେଠାରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନେ ଜାତି ଧ୍ବଜ୍ଜା ଉତ୍ତୋଳନ କରିଥିଲେ। ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ, ତପସ୍ୱିନୀ ଆଚାର୍ଯ୍ୟ, ପଦ୍ମାରାଣୀ ବେହୁରା ଓ ସାଥୀଙ୍କ ସ୍ବାଗତ ସଂଗୀତ ପରେ ଅନୁଷ୍ଠାନର ଦିବଙ୍ଗତ କର୍ମକର୍ତ୍ତାଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ଯଥା ସ୍ବାସ୍ଥ୍ୟ, ଶିକ୍ଷା, ସଂଗଠକ , ସମାଜସେବା,ଶିଳ୍ପ,ଜାତି ପ୍ରତି ପ୍ରତିବଦ୍ଧତା ରଖିଥିବା ଓ ରାଜ୍ୟର ବିଭନ୍ନ ଜିଲ୍ଲାରୁ ଆସିଥିବା ସଭାପତି ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ସାଂଗଠନିକ ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧି ମାନଙ୍କ ସହ ଆଲୋଚନା ଓ ଧ୍ଵଜା ଅବତରଣ କରାଯାଇ ସମ୍ମିଳନୀ ସମାପ୍ତ କରାଯାଇଥିଲା ଶେଷରେ ସଭାପତିତ୍ବ କରୁଥିବା ଉପସଭାପତି ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷୟ ଦାସ ଓ ଆରତୀ ଚୌଧୁରୀ ସହ ସଂଯୋଜକ  ଦାୟିତ୍ଵ ତୁଲାଇଥିଲା ବେଳେ ସର୍ବଶ୍ରୀ ବିଭୂତି ଭୂଷଣ ବିଶ୍ବାଳ,ଜଗନ୍ନାଥ ରାଉତ,ସୁବ୍ରତ ମଲ୍ଲିକ, ଉଗ୍ରସେନ ବିଶ୍ବାଳ, ଗଙ୍ଗାଧର ନାୟକ, କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ, ଜଟାଧାରୀ ମାଝୀ, ନାରାୟଣ ସାମଲ, ସନ୍ତୋଷ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ରାଧାଶ୍ୟାମ ପରିଡ଼ା, କିଶୋର ନାୟକ, ମୀନତି ବିଶ୍ବାଳ, ସୁଦର୍ଶନ ସାମଲ , ରାଜେନ୍ଦ୍ର ନାୟକ,ପ୍ରିୟା ଧଳ, ହରିହର ରାଉତରାୟ, ଅବନୀ କୁମାର ବଳ, ଶମ୍ଭୁନାଥ ପରିଡା,ଚନ୍ଦ୍ରପ୍ରଭା ବିଶୋଇ, ପ୍ରତିମା ରାଉତ, ତପସ୍ୱିନୀ ନାୟକ, ନମିତା ରାଉତ, ରୀତା ସାମଲ, ପ୍ରତିମା ରାଉତ, ଉର୍ମିଳା ରାଉତ, ସାଗରିକା ଭୁଜବଳ,ଉମା ନାୟକ, ସ୍ବପ୍ନାରାଣୀ ଭଞ୍ଜଦେଓ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *