କଟକର ତାରକସି କାମକୁ ଜିଆଇ ମାନ୍ୟତା

କଟକ,୦୩/୦୩/୨୦୨୪ (ଓଡ଼ିଶା ସମାଚାର)- ଟକର ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍ । ବିଶ୍ୱ ପ୍ରସିଦ୍ଧକଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ନେଇ ଚେନ୍ନାଇ ଭିତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତମାନ ଓଡିଶାର ଜିଆଇ ମାନ୍ୟତା ପାଇଥିବା ସମଗ୍ରୀ ତାଲିକା ୨୬କୁ ବୃଦ୍ଧି ପାଇଛି । କଟକ ସହରର ତାରକସି କାମ ୫ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ଶିଳ୍ପ ଉପରେ ଶହ ଶହ ପରିବାର ନିର୍ଭରଶୀଳ । ୨୦୨୧ ମସିହା ଜୁଲାଇ ୭ତାରିଖରେ ଓଡିଶା ହସ୍ତକଳା ସମବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ ହୋଇଥିଲା । ଆବେଦନକୁ ବିଚାରକୁ ନେଇ କଟକ ତାରକସିର ଇଚ୍ଛିହାସ ଏବଂ ବର୍ତମାନର ସ୍ଥିତି ସମୀକ୍ଷା କରିବାକୁ ଏକ କନସଲଟାନ୍ସି ଫାର୍ମକୁ ଏହି ଦାୟିତ୍ୱ ଦିଆଯାଇଥିଲା । ଫାର୍ମର ସୁାରିଶ କ୍ରମେ ତାମିଲନାଡୁର ଜିଆଇ ରେଜିଷ୍ଟ୍ରେସନ୍ ଉତ୍ପାଦର ନୋଡାଲ୍ ଅଫିସର୍ ପି.ସଞ୍ଜୟ ଗାନ୍ଧୀ କଟକ ରୁପା ତାରକସି ସମ୍ପର୍କରେ ୧୧୧ ପୃଷ୍ଟାର ରିପୋର୍ଟ ଜିଆଇ ରେଜିଷ୍ଟାରଙ୍କ ନିକଟରେ ଦାଖଲ କରିଥିଲେ । ଯେଉଁଥିରେ କଟକ ତାରକସିର ଐତିହ୍ୟ ଓ କାରିଗରୀ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଥିଲା । ଯାହାର ତର୍ଜମା କରି ବିଶ୍ୱପ୍ରସିଦ୍ଧ କଟକର ତାରକସି କାମକୁ ଜିଆଇ ମାନ୍ୟତା ଦିଆଯାଇଛି । କଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ପରେ ଆହୁରି ଚମକିବ ତାରକସି ସାମଗ୍ରୀ । ବିଶ୍ୱ ବଜାରରେ ବଢିବ ଏହାର ଚାହିଦା । ଏଣିକି ବିଶ୍ୱ ବଜାରରେ ମିଳିବ କଟକର ନିଖୁଣ କାରିଗରୀ । ଉପକୃତ ହେବେ କାରୀଗର ଓ ବଢିବ ରୋଜଗାର ।

Leave a Reply

Your email address will not be published. Required fields are marked *