ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ପରିଷଦ ସଭାପତି ଏବଂ ଜିଲ୍ଲାପାଳ ପଲ୍ସପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ। 

ଯାଜପୁର ‌‌,୦୩/୦୩/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା ଓ  ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ  ଡାକ୍ତର ଶୁଭଙ୍କର ମହାପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୦ ରୁ ୫ ବର୍ଷର ଶିଶୁ ମାନଙ୍କୁ ପଲ୍ସ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

 ଜିଲ୍ଲାକୁ ପୋଲିଓ ମୁକ୍ତ କରିବା ଏବଂ ଆଗାମୀ କାଲିର ଭବିଷ୍ୟତ ପିଢ଼ିକୁ ପୋଲିଓ ମୁକ୍ତ କରି ଓ  ରାଜ୍ୟକୁ ପୋଲିଓ ମୁକ୍ତ କରି ଶିଶୁ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ବିକାଶକଳ୍ପେ ନିଯୁକ୍ତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ନିଷ୍ଠାର ସହ ପୋଲିଓ କାର୍ଯ୍ୟକ୍ରମକୁ ସଫଳ କରିବା ଓ ପିତାମାତା ମାନେ  ନିଜ ସନ୍ତାନ ମାନଙ୍କୁ ଏହି ପୋଲିଓ ବୁନ୍ଦା ଖୁଆଇ ନିଜ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ସାଇ ଅର୍ଜିତା ଙ୍କୁ ପ୍ରଥମେ ପୋଲିଓ ବୁନ୍ଦା ଖୁଆଇ ଆଜି ଶୁଭାରମ୍ଭ କରାଯାଇଛି। ଏହି ମହତ କାର୍ଯ୍ୟ କ୍ରମରେ ରେପୋର୍ଟିଁ ୟୁନିଟ ୧୨, ଫଙ୍କସନାଲ ଆଇ ଏଲ ଆର ପଏଣ୍ଟ ୪୮,ସବ ସେଣ୍ଟର ୨୬୧, ପୋଲିଓ ବୁଥ ୮୪୬,ଟିମ୍ ମେମ୍ବର ୩୩୮୪,ସୁପର ଭାଇଜର ୧୬୫, ଟ୍ରା ଞ୍ଜିଟ ପଏଣ୍ଟ ୩୫,ଏବଂ ମୋବାଇଲ‌ଟିମ୍ ୨୧ ନିଯୁକ୍ତ କରାଯାଇଛି।  ୧୮୦୯୩୮ ଶିଶୁଙ୍କୁ ପୋଲିଓ ବୁନ୍ଦା  ଖୁଆଇବାକୁ ଲକ୍ଷ୍ ଧାର୍ଯ୍ୟ ରଖାଯାଇଛି।

ଆଜି ବୁଥ ମାନଙ୍କରେ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖାଇବାର ବ୍ୟବସ୍ଥା କରାଯାଇଥିଲା ବେଳେ ଆସନ୍ତା ୪ ତାରିଖ ଓ ୫ତାରିଖ ଘର ଘର ବୁଲି ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଆଜିର ଶୁଭାରମ୍ଭ କାର୍ଯ୍ୟ କ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ମହାରଣା,ଏ ଓ, କ୍ଷୀରୋଦ କୁମାର ଦାଶ, ଡାକ୍ତର ଦେବରାଜ ହାଂସଦା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସବିତା ଚ୍ୟାଉ ପଟ୍ଟନାୟକ,ଡି ପି ଏମ ବନବିହାରୀ ମିଶ୍ର,  ସରୋଜ କୁମାର ଦାସ,ଡି ଡି ଏମ ମଧୁସ୍ମିତା ପାଢୀ, ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସ୍ମୃତିଲତା ବିଶ୍ବାଳ,ସହକାରୀ ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଂଯୁଲତା ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *