ମାଫିଆଙ୍କ କବଜାରେ କିଶନନଗର ତହସିଲ, ତହସିଲଦାରଙ୍କ ଭୁମିକାକୁ ନେଇ ସନ୍ଦେହ

କଟକ ସଦର,୦୩/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅଞ୍ଚଳରେ ଏଵେ କିଛି ଦିନ ହେଲା ଵାଲି ମାଫିଆ, ମାଟି ମାଫିଆ, ବିଶେଷ କରି ସରକାରୀ ଜମି ଜବରଦଖଲକାରୀ ମାଫିଆ ମାନେ ସକ୍ରିୟ ହୋଇଥିବା ଅଭିଯୋଗ ହୋଇ ଆସୁଥିଲା ବେଳେ ତହସିଲଦାରଙ୍କ ନିରବତା କୁ ସାଧାରଣରେ ସନ୍ଦେହ ଘନିଭୂତ ହେଵାରେ ଲାଗିଛି। ମାଫିଆଙ୍କ ପ୍ରତି ତହସିଲଦାର ନିଜ ଆଡୁ କୈ।ଣସି ପଦକ୍ଷେପ ନେବାର ତ ଦୂରର କଥା ଯଦି କିଏ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରନ୍ତି ତେବେ ତହସିଲଦାର ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏପରିକି ସରକାରୀ ଜମି ବିଶେଷ କରି ଗୋଚର ଏଵଂ ଶ୍ମଶାନ ଜମି ଜବର ଦଖଲ ମୁକ୍ତ କରିଵାକୁ ତହସିଲଦାର ପଛଘୁଞ୍ଚା ଦେଉଥିବା ଜଣାପଡିଛି। ଉଦାହରଣ ସ୍ବରୂପ ପାରାଵିଲ୍ ମୈ।ଜାର ଏକ ଶ୍ମଶାନ ଜମିକୁ ଜବରଦଖଲ ମୁକ୍ତ କରିଵାକୁ ଗ୍ରାମବାସୀମାନେ ବାରମ୍ବାର ତହସିଲଦାରଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ତହସିଲଦାର ଏଥିରେ କର୍ଣ୍ଣପାତ କରିନଥିଲେ। ଯାହାଫଳରେ ଗ୍ରାମବାସୀମାନେ ବାଧ୍ୟହୋଇ ମାନବିକ ଅଧିକାର ଆୟୋଗର ଦ୍ୱ।ରସ୍ଥ ହେଵା ଫଳରେ କମିଶନ ଙ୍କ ନିର୍ଦେଶନାରେ ତହସିଲଦାର ବାଧ୍ୟହୋଇ ଜଵର ଦଖଲ ମୁକ୍ତ କରିଥିବା ଜଣାପଡିଛି। ସେଥିରେ ତହସିଲରେ କାର୍ଯ୍ୟରତ ଜନୈକ ଡାଟା ଏଣ୍ଟ୍ରି ଅପରେଟର ମନୋମୁଖୀ କାର୍ଯ୍ୟ କରୁଥିବାରୁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଥିବା ବେଳେ ତହସିଲଦାର ସଵୁ ଜାଣି ଚୁପ୍ ରହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସଵୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆସନ୍ତା କାଲି ସୋମବାର ଦିନ ତହସିଲରେ ହେଵାକୁ ଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିଵ ଵୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *