ବନ୍ଦ ଘର ଭିତରୁ ବାପ, ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରପଡ଼ା, ୦୩/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ର ନଗର ଗାଁରେ ଚାଞ୍ଚଲ୍ୟ। ଏକ ବନ୍ଦ ଘରୁ ମିଳିଛି ବାପ, ମାଆ ଓ ପୁଅଙ୍କ ମୃତଦେହ। ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ (୫୩), ମାଆ ଜୟନ୍ତୀ (୪୫) ଓ ପୁଅ ପରୀକ୍ଷିତ(୨୭)। ଆଜି ସକାଳେ ଶ୍ରୀଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଛାତରୁ ତଳକୁ ଓହଳିଥିବା ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ତହସିଲଦାର ଅଜୟ କୁମାର ମହାନ୍ତି, ଏସଡିପିଓ କ୍ଷମାସାଗର ପଣ୍ଡା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଘର ଭିତରୁ ତିନିଟି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *