ବିଶ୍ଵରଞ୍ଜନ ମଲ୍ଲିକ ଆରମ୍ଭ କଲେ ବରୀରେ ଜନ ସମ୍ପର୍କ ପଦଯାତ୍ରା 

ଯାଜପୁର,୦୧/୦୩/୨୦୨୪ (ଓଡ଼ିଶା ସମାଚାର ସୁରେଶ କୁମାର କର):- ବରୀ ନିର୍ବାଚନ ମଣ୍ଡଳୀ ବରୀ ବ୍ଲକ ଅନ୍ତର୍ଗତ   ମଧୁସୂଦନପୁର ପଞ୍ଚାୟତ ଠାରେ ରାଜ୍ୟ ବିଜେଡ଼ି ସମ୍ପାଦକ ତଥା ବରୀ ର ସୁଖ ଦୁଃଖର ସାଥୀ  ବିଶ୍ଵରଞ୍ଜନ ମଲ୍ଲିକ  ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ଘରେ ଘରେ ପହଞ୍ଚାଇବା ସହିତ ସାଧାରଣ ଲୋକଙ୍କ ସହିତ ଯୋଡି ହେବାକୁ ନେଇ ବିଶ୍ଵ ରଞ୍ଜନ ମଲ୍ଲିକ କରିଛନ୍ତି ପ୍ରୟାସ।  ବରୀ ମୋର ଜନ୍ମ ଭୂମି ବରୀ ମୋର କର୍ମ ଭୂମି, ବରୀ ବାସୀଙ୍କ ସେବା ହେଉଛି ମୋ ଜୀବନ ଉତ୍ସର୍ଗୀକୃତ।

 ବିଗତ ଦିନରୁ ରାଜନୀତି କ୍ଷେତ୍ରରେ ନ ଥିଲା ବେଳେ ବି ସାଧାରଣ ଲୋକଙ୍କ ସହିତ ଯୋଡି ହୋଇ ରହି ସେମାନଙ୍କର ସୁଖ ଦୁଃଖରେ ସାଥୀ ହୋଇଛି ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମଲ୍ଲିକ  କହିଛନ୍ତି ।  ପ୍ରକାଶ ଥାଉକି ଆଜି ଅଙ୍ଗାଲୋ ପଞ୍ଚାୟତ ସ୍ଥିତ ସାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମଧୁସୂଦନ ପୁର ପଞ୍ଚାୟତ ରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିଲେ।ଶ୍ରୀ ମଲ୍ଲିକ ଙ୍କ ନେତୃତ୍ୱରେ ବହୁ ସଂଖ୍ୟାର ମହିଳା ମାନେ ଯୋଗ ଦେବା ଘଟଣା ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଭଲ ପାଇବା ହିଁ ପ୍ରମାଣିତ କରିଛି।

 ମୁଖ୍ୟମନ୍ତ୍ରୀ ଙ୍କ ମା ମାନଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ସେମାନେ ସ୍ବାବଲମ୍ବୀ ହେବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଆମ୍ଭ ମାନଙ୍କ ପାଇଁ ଗର୍ବ ଗୌରବର ବିଷୟ ବୋଲି ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତି । ଆଜିର ଜନ ସମ୍ପର୍କ ପଦଯାତ୍ରା ମଧୁସୂଦନପୁର ପଞ୍ଚାୟତ ଦୁର୍ଗାପୀଠ ଠାରୁ ଆରମ୍ଭ ହୋଇ ସୁନ୍ଦରପୁର ବାରିତୋଟା ଖେଳ ପଡ଼ିଆରେ ଶେଷ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବିଜେଡ଼ି ରାଜ୍ୟ ସମ୍ପାଦକ ବିଶ୍ଵ ରଞ୍ଜନ ମଲ୍ଲିକ ଙ୍କ ସହିତ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି, ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ସାମଲ, ଜିଲ୍ଲାପରିଷଦ ପ୍ରତିନିଧି ବୁଲୁ ଯାଦବ, ସ୍ଥାନୀୟ ସରପଞ୍ଚ ସୁଚିତ୍ରା ମଲିକ, ସ୍ଥାନୀୟ ସମିତି ସଭ୍ୟ ନଗେନ୍ଦ୍ର କୁମାର୍ ଧଳ , ପ୍ରାକ୍ତନ ସରପଞ୍ଚ ହର୍ସ ବର୍ଦ୍ଧନ ସାମଲ, ପ୍ରାକ୍ତନ ସରପଞ୍ଚ କୁଞ୍ଜ ବିହାରୀ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *