ଭାରତୀୟ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୧୩/୧୧/୨୦୨୪ (ଓଡ଼ିଶା ସମାଚାର)-ଭାରତୀୟ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକଙ୍କୁ ଏକ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବି ଗୁଡିକ ମଧ୍ୟରେ ସୁଭଦ୍ରା ଯୋଜନାରେ ସମସ୍ତ ମା’ମାନଙ୍କୁ ସାମିଲ କରାଯାଇ ଗୋଟିଏ କିସ୍ତିରେ ୫୦ହଜାର ଟଙ୍କା ପ୍ରଦାନ କରାଯିବା, ଲକ୍ଷ୍ମୀନାରାୟଣ ପୁର ଗ୍ରାମପଂଚାୟତରେ ବରାହିଲୋ ଗ୍ରାମରେ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପକ୍ଷରୁ ଓଭରବ୍ରିଜ ନିର୍ମାଣ କରାଯିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ତୁରନ୍ତ କମାଯିବା, ଡେରାବିଶ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ଘଂଟିଆ ଆଉଟଡୋର ସେବା ସହିତ ଡାକ୍ତର ନିଯୁକ୍ତି କରାଯିବା, ସରକାର ଘୋଷଣା କରିଥିବା ବାର୍ଦ୍ଧକ୍ୟ ଭତା ୬୦ବର୍ଷ ବୟସର ବ୍ୟକ୍ତିଙ୍କୁ ୩ହଜାର ୫ଶହ ଟଙ୍କା ପ୍ରଦାନ କରାଯିବା, ଲକ୍ଷ୍ମୀନାରାୟଣପୁର ଦେଇ ଯାଇଥିବା ୬ନମ୍ବର କେନାଲର ପୁନରୁଦ୍ଧାର କରାଯିବା ଓ ଡେରାବିଶ ବ୍ଲକରେ ସରକାରଙ୍କ ଦ୍ୱାରା ଏକ ବୃହତ୍ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି । ଭାରତୀୟ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ବିଡିଓଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ସି.ପି.ଆଇ. ଜିଲା କମିଟି ସଭ୍ୟ ରଞ୍ଜନ କୁମାର ମଳିକ, ଉତମ ଚରଣ ଜେନା, ଶୁକଦେବ ମଲ୍ଲିକ, କୁବେର ସାହୁ, ଦାମୋଦର ମଲ୍ଲିକ, ପଦ୍ମନାଭ ଦାସ, ପ୍ରସନ୍ନ କୁମାର ଦାସ, ନିରଞ୍ଜନ ଦାସ, ଦୀପକ କୁମାର ପଟ୍ଟନାୟକ ଓ ଜିଲା ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *