ସାରସ୍ୱତ ପ୍ରତିଭାଦୀପ୍ତ ଦମ୍ପତି ପ୍ରଶାନ୍ତ-ଝରଣାଙ୍କ ସ୍ମୁତିରେ ବିଶିଷ୍ଟ ବ୍ୟକ୍ତି ଙ୍କ ଗଭୀର ଶ୍ରଦ୍ଧାଞ୍ଜଳି

ମାହାଙ୍ଗା,୦୨/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଧୂରୀଣ ସାରସ୍ୱତ ସାଧକ, କବି, ଗାଳ୍ପିକ, ପ୍ରାବନ୍ଧିକ, ଅନୁବାଦକ ତଥା “ଖୋଲା ଝର୍କା” ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ପ୍ରଶାନ୍ତ ବିଶ୍ୱାଳ ଏବଂ ସାହିତ୍ୟ ପାଇଁ ସମର୍ପିତ ତା’ଙ୍କ ସହଧର୍ମିଣୀ ଝରଣା ବିଶ୍ୱାଳଙ୍କ ଅକାଳ ବିୟୋଗ ମାହାଙ୍ଗା ଅଂଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ବ୍ୟକ୍ତ କରିଛନ୍ତି ।

 ଝରଣା -ପ୍ରଶାନ୍ତଙ୍କ ଏକାଦଶାହ ତିଥିରେ ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଡମ ମହେଶପୁର ଗ୍ରାମରେ ଗୁରୁବାର ଦିନ ଆୟୋଜିତ ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ,ଅଧ୍ୟାପକ,ସାମ୍ବାଦିକ, ବୁଦ୍ଧିଜୀବୀ ଯୋଗଦେଇ ଯଶସ୍ବୀ ସାରସ୍ୱତ ସାଧକ ପ୍ରଶାନ୍ତ ବିଶ୍ୱାଳଙ୍କ କୀର୍ତ୍ତୀ ଓ କୃତୀର ମୂଲ୍ୟାୟନ କରିଥିଲେ ।

ଗୀତିକାର ବିଶ୍ୱେସ୍ଵର ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ, ସାହିତ୍ୟିକ ଅଖିଳେଶ ମହାନ୍ତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ସଂଚାଳନ କରି ଯୋଗଜନ୍ମା ପୁରୁଷ ପ୍ରଶାନ୍ତଙ୍କୁ ମାହାଙ୍ଗା ମାଟିର କୀର୍ତ୍ତିବାନ ପୁରୁଷ ବୋଲି କହିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା “ଖୋଲା ଝର୍କା” ଅନୁଷ୍ଠାନର ସଭାପତି ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଡକ୍ଟର ଭୂୟାଁ କହିଲେ କେବଳ ସାହିତ୍ୟିକ,ପ୍ରାଧ୍ୟାପକ ଓ ସମାଜସେବୀ ଭାବରେ ପ୍ରଶାନ୍ତ ସୀମିତ ନଥିଲେ, ପରନ୍ତୁ ପ୍ରଶାନ୍ତ ଥିଲେ ଅସୀମିତ ପ୍ରତିଭାର ଅମୃତମୟ ପୁରୁଷ । ଆମ ମାଟିର ଯୋଗଜନ୍ମା ଯଶସ୍ବୀ ସାଧକଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ ପାଇଁ ଅତ୍ମୀୟତା ଏବଂ ଆତ୍ମବିଶ୍ୱାସ ଲୋଡ଼ା । ସମ୍ମାନୀତ ଅତିଥିଭାବେ ପ୍ରାଧ୍ୟାପକ ଡକ୍ଟର ଭୁବନାନନ୍ଦ ସାହୁ, କବି ତୁହିନାଂଶୁ ରଥ, କବି ପିନାକ ସିଂ, ଶିକ୍ଷାବିତ ଭାବଗ୍ରାହୀ ରାଉତ,’ସମ୍ବାଦ’ ର କଟକ ସଂସ୍କରଣ ମୁଖ୍ୟ କୃଷ୍ଣ ପ୍ରସାଦ ଦାଶ,କବି ଭକ୍ତ ଚରଣ ସାହୁ ପ୍ରମୁଖ ଯୋଗଦେଇ ଝରଣା -ପ୍ରଶାନ୍ତଙ୍କ ଜୀବନର ବହୁ ଅନାଲୋଚିତ ଦିଗ ଉପରେ ଚର୍ଚ୍ଚା କରଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ କବି ପ୍ରଶାନ୍ତ କର, କବି ବିମଳ ପତି, କବି ନିରଞ୍ଜନ ଜେନା, ଅଧ୍ୟାପକ ତ୍ରିଲୋଚନ ରାଉତ, ଡକ୍ଟର ପ୍ରତାପ ଚୌଧୁରୀ,ପ୍ରାଧ୍ୟାପକ ଜୟନ୍ତ କୁମାର ସାହୁ,ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ଡକ୍ଟର ମନୋରଞ୍ଜନ ବେହୁରା, ଶିକ୍ଷାବିତ ଅଭୟ ଚରଣ ପଣ୍ଡା,ଇଂ ଅଜୟ କୁମାର ରାଉତ,ନାଟ୍ୟକାର ଭାବଗ୍ରାହୀ ଦାଶ,ଗାଳ୍ପିକ ଭବେଶ ଚନ୍ଦ୍ର କର,ଶିକ୍ଷକ ହୃଷିକେଶ ବେହେରା, ଅକ୍ଷୟ କୁମାର ସାମଲ, ଯାଦବ ଚନ୍ଦ୍ର ଦାଶ, ଅଜୟ ମହାନ୍ତି,ରବି ଦାସ, ଶରତ କୁମାର ସାମଲ, ସତ୍ୟନାରାୟଣ ମହାନ୍ତି, ହୃଷିକେଶ ସ୍ୱାଇଁ,ସୁରେନ୍ଦ୍ର ମହାନ୍ତି, ବିଶ୍ୱନାଥ ପଲେଇ, ବିଜୟ ଜେନା, ଧନେଶ୍ୱର ସେଠୀ, ରମେଶ ସାହୁ, ଅଶୋକ ଦାଶ, ନରେନ୍ଦ୍ର ବେହେରା ପ୍ରମୁଖ ଦିବଂଗତ ଆତ୍ମାର ସଦଗତି କାମନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଶାନ୍ତଙ୍କ ସାନଭାଇ ସାମ୍ବାଦିକ ସୁଶାନ୍ତ କୁମାର ବିଶ୍ୱାଳ, ପୁତ୍ର ସ୍ୱାଧୀନ ବିଶ୍ୱାଳ, କନ୍ୟା ଶାନ୍ତଝରା ବିଶ୍ୱାଳ,ଉମେଶ ଚନ୍ଦ୍ର ବିଶ୍ୱାଳ, ଦିଲୀପ ବିଶ୍ୱାଳ,ଅଜୟ ନାୟକ,ରାଜୀବ ଶତପଥୀ,ଧନେଶ୍ୱର ସେନାପତି, ବିଚିତ୍ରାନନ୍ଦ ଲେଙ୍କା,ଦେବାଶିଷ ବିଶ୍ୱାଳ, ରାହାସ ବିହାରୀ ବିଶ୍ୱାଳ, ଆଶୁତୋଷ ବିଶ୍ୱାଳ, ଦୁଷ୍ମନ୍ତ ସ୍ୱାଇଁ,ପ୍ରମୁଖ ଶ୍ରଦ୍ଧାଞ୍ଜଳି ଉତ୍ସବକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *