କେନ୍ଦ୍ରାପଡ଼ା, ୦୧/୦୩/୨୦୨୪ (ଓଡ଼ିଶା ସମାଚାର)-ଦୀର୍ଘ ୪୦ବର୍ଷ ଧରି ଆୟୋଜିତ ହୋଇଆସୁଥିବା ପଦ୍ମପୁର ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ଗୋପାଳଜିୟୁ ଡ୍ରାମାଟିକ୍ କ୍ଳବ୍ ଦ୍ୱାରା ପରିବେଷଣ ହେବାକୁ ଯାଉଛି ଦୁଇଟି ନାଟକ । ଏନେଇ ସାଂସ୍କୃତିକ ପରିଷଦର ସମସ୍ତ କାର୍ଯ୍ୟକର୍ତା ଓ କଳାକାରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ୧୨ ଓ ୧୩ ତାରିଖରେ ହେବାକୁ ଯାଉଥିବା ଏହି ଦୁଇଟି ପାରିବାରିକ ଘଟଣାର ଚର୍ଚ୍ଚିତ କାହାଣୀର ନାଟକ ପ୍ରଥମ ରାତ୍ରୀରେ “ଆସିଛି ଏକା ଜିବିମୁଁ ଏକା” ଦ୍ୱିତୀୟ ରାତ୍ରୀରେ “ଗୁପ୍ତ ସମ୍ପର୍କ” ପରିବେଷିତ ହେବ । ବରିଷ୍ଟ ନିର୍ଦ୍ଧେଶକ ଦୁର୍ଯେ୍ୟାଧନ ବାରିକ ଓ ଉପେନ୍ଦ୍ର ଦାଶ ଏହି ଦୁଇଟି ନାଟକର ନିର୍ଦ୍ଧେଶନା ଦେଉଥିବା ବେଳେ ପଦ୍ମପୁର, କିଣିଲୋ ଗ୍ରାମର ବଛା ବଛା କଳାକାର ଏଥିରେ ଅଭିନୟ କରିବେ । ଏହି ଅବସରରେ ବହୁ ସୁନାମ ଧନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ମଧ୍ୟ କ୍ଲବ୍ ପକ୍ଷରୁ ନିଷ୍ପତି ନିଆଯାଇଛି । ପରିଚାଳନା କମିଟିର ମୁଖ୍ୟ ପରିଚାଳକ ରତିକାନ୍ତ ରାଉତ ଏବଂ ସହ ପରିଚାଳକ ବିଷ୍ଣୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାବେଳେ ମାଷ୍ଟର ମୋହନ ସେନାପତି ନୃତ୍ୟ ନିର୍ଦେଶନା ଦେଉଛନ୍ତି । ଏଥିରେ କଳାକାର ଭାବେ ଦେବେନ୍ଦ୍ର ରାଉତ, ସିଲନ ରାଉତ, ରମେଶ ଚନ୍ଦ୍ର ରାଉତ, ଶୁଭେନ୍ଦୁ ରାଉତ, ଶାସ୍ତ୍ରୀ ସଶାଙ୍କ ଶେଖର ପଣ୍ଡା, ମୁକ୍ତେଶ୍ୱର ସ୍ୱାଇଁ, ନବୀନ ରାଉତ, ରାକେଶ ଲେଙ୍କା, ନବୀନ ମହାନ୍ତି, ବସନ୍ତ ବେହେରା, ସନ୍ତୋଷ ବେହେରା, ସନ୍ଦୀପ ରାଉତ, ଶୁଶାନ୍ତ କୁମାର ମଲ୍ଲିକ, ରଶ୍ମିରଞ୍ଜନ ପରିଡ଼ା, ଦିଲ୍ଲୀପ କୁମାର ରାଉତ, ଦେବ ପ୍ରସାଦ ବାରିକ, ନରେଶ ଚନ୍ଦ୍ର ରାଉତ, ପ୍ରିୟନାଥ ସୂତାର, ଅଭିରାମ ବାରିକ ପ୍ରମୁଖ ଅଭିନୟ କରୁଛନ୍ତି ।
Related Posts
ଶ୍ରୀ ରଘୁନାଥ ‘ ପତ୍ରିକା ଲୋକାର୍ପଣ ଉତ୍ସବ ଓ ଆଧ୍ୟତ୍ମିକ ସଭା
ନିଶ୍ଚିନ୍ତକୋଇଲି ୦୪/୦୪/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ଓଡ଼ଶା ପ୍ରସିଦ୍ଧ ପବିତ୍ର ରାମନବମୀ ଓ ଦାଣ୍ଡଯାତ୍ରା ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ମଲ୍ଲିପୁର ସ୍ଥିତ ଶ୍ରୀ ରଘୁନାଥ…
ସ୍ମୃତି ପ୍ରତିଭା ପୁରସ୍କାର ପ୍ରଦାନ ଉତ୍ସବ
ଯାଜପୁର,୨୮/୧୨/୨୦୨୩ (ଓଡ଼ିଶା ସମାଚାର)-ଯାଜପୁର ସହର ଅନ୍ତର୍ଗତ ନରଣପୁରସ୍ଥିତ “ସବୁଜସ୍ୱପ୍ନ” ପ୍ରକାଶନୀ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନରେ କୋଇଲି ପଣ୍ଡା ସ୍ମୃତି ପ୍ରତିଭା ପୁରସ୍କାର ପ୍ରଦାନ ଉତ୍ସବ ନିରାଡମ୍ବର ଭାବରେ…
ସମ୍ବଲପୁରକୁ ୫୦ଟି ନୂଆ ଇ-ବସ୍
ଆଜି ୨୫ ଟି ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବସ ଟର୍ମିନାଲ ମଧ୍ୟ ଉଦ୍ଘାଟିତ ବସ୍ ଟର୍ମିନାଲ ଓ ବସର ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪…
