ରାଷ୍ଟ୍ରଦୀପର ଷଷ୍ଠି ପୂର୍ତି ସମାରୋହ ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

                                          “ରାଷ୍ଟ୍ରଦୀପ” ଓଡ଼ିଆ ସମ୍ୱାଦପତ୍ର ଜଗତରେ ଏକ ଉଜ୍ୱଳ ଆଲୋକ ବର୍ତିକା
ଭୁବନେଶ୍ୱର,୧୯/୦୮/୨୦୨୫(ଓଡ଼ିଶା ସମାଚାର)- ରାଷ୍ଟ୍ରଦୀପର ଷଷ୍ଠି ପୂର୍ତି ସମାରୋହ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ସେ କହିଥିଲେ ଯେ “ରାଷ୍ଟ୍ରଦୀପ” ଓଡ଼ିଆ ସମ୍ୱାଦପତ୍ର ଜଗତରେ ଏକ ଉଜ୍ୱଳ ଆଲୋକ ବର୍ତିକା । ରାଷ୍ଟ୍ରଦୀପ ପରି ରାଷ୍ଟ୍ରୀୟ ବିଚାରଧାରା ପୋଷଣ କରୁଥିବା ଗଣମାଧ୍ୟମଙ୍କ ଭୂମିକା ଆଜିର ସମାଜ ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଓଡିଶାରେ ଗଣମାଧ୍ୟମ ଓ ସାମ୍ୱାଦିକଙ୍କ ସମସ୍ୟା ପ୍ରତି ମୁଁ ଓ ଆମ ସରକାର ଅବଗତ ଅଛୁ । ଏନେଇ ବିଭିନ୍ନ ସାମ୍ୱାଦିକ ସଙ୍ଗଠନଙ୍କ ପକ୍ଷରୁ ସରକାରଙ୍କର ଯେଉଁ ଦୃଷ୍ଟି ଆକର୍ଷଣ କରାଯାଇଛି । ସେ ଦିଗରେ କ’ଣ କରାଯାଇ ପାରିବ ଏଥିପ୍ରତି ଆମେ ସମ୍ୱେଦନଶୀଳ ଅଛୁ ଓ ସମସ୍ୟାର ସମାଧାନ ପାଇଁ ସକ୍ରିୟତା ପୂର୍ବକ ଚିନ୍ତା କରୁଛୁ । ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ସାଂପ୍ରତିକ ବିଭେଦମୟ ରାଜନୈତିକ ପରିସ୍ଥିତିରେ ରାଷ୍ଟ୍ରବାଦର ଶିଖାକୁ ପ୍ରଜ୍ଜ୍ୱଳନ କରିବାରେ “ରାଷ୍ଟ୍ରଦୀପ’ ପରି ସ୍ୱରର ଆବଶ୍ୟକତା ଅଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ତଥା ଲେଖକ ଓ ଚିନ୍ତକ ଏବଂ ଇଣ୍ଡିଆ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଡ. ରାମ ମାଧବ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ରାଷ୍ଟ୍ରଦୀପର ସଭାପତି ଅନୁପ କୁମାର ବୋଷ, ରାଷ୍ଟ୍ରଦୀପର ସମ୍ପାଦକ ଚିତରଞ୍ଜନ ମହାପାତ୍ର, ପରିଚାଳନା ସମିତିର ସମ୍ପାଦକ ସତ୍ୟନାରାୟଣ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ ଏବଂ ପ୍ରଜ୍ଞା ପାରମିତା ଆଚାର୍ଯ୍ୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *