ଜଗତସିଂହପୁର ୨୦/୦୫/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସଭାପତିତ୍ଵରେ ଖେରସ ଗ୍ରାମରେ ଜାତୀୟ ଆଇନ ସେବା ପ୍ରାଧିକରଣ ନିଶୁଳ୍କ ହେଲ୍ପଲାଇନ୍ ନମ୍ବର ୧୫୧୦୦ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସହାୟତା ବିଷୟରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମହିଳା ଅଦାଲତ ବିଚାରପତି ପ୍ରଜ୍ଞା ପରମିତା ମହାପାତ୍ର, ଜିଲ୍ଲା ଅଦାଲତାର ନିବନ୍ଧକ ତଥା ଭାରପ୍ରାପ୍ତ ପ୍ରାଧିକରଣ ସଚିବ ଶ୍ରୀମତୀ ବିଶ୍ଵକଳ୍ପିତା ମହାନ୍ତି, ମୁନଶିଫ ସଂକେତ କୁମାର ସାମଲ, ଜେଏମ୍ଏଫ୍ ସି ଅଙ୍କିତ ଦେୱାଙ୍ଗନ, ଅତିରିକ୍ତ ଶ୍ରମ ଅଧିକାରୀ ଶାନ୍ତନୁ କୁମାର ବ୍ରହ୍ମା, ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ଵିତୀ ମହାନ୍ତି, ସହକାରୀ ଥାନା ଅଧିକାରୀ ତପସ୍ଵିନୀ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ଜଜ୍ ଶ୍ରୀ ନାୟକ ତାଙ୍କ ବକ୍ତବରେ କହିଥିଲେ ଯେ ଯଦି କୌଣସି ଶ୍ରମିକ ଅସୁବିଧାର ସମୁଖିନ୍ନ ହେଉଥାନ୍ତି ତେବେ ଜାତୀୟ ଆଇନ ସେବା ପ୍ରାଧିକରଣ ନିଃଶୁଳ୍କ ସହାୟତା ନମ୍ବର ୧୫୧୦୦ ସହ ଯୋଗାଯୋଗ କରିପାରିବେ କିମ୍ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଜଯୋଗ କରିପାରିବେ । ସେହିଅପରି ମହିଳା ଅଦାଲତ ବିଚାରପତି ଶ୍ରୀମତୀ ମହାପାତ୍ର ଆଇନ ସେବା ପ୍ରାଧିକରଣର ଦାଇତ୍ଵ ଓ କର୍ତବ୍ୟ ବିଷୟରେ ସଚେତନ କରାଇଥିଲେ । ମହିଳା, ଶିଶୁ, ତଫସିଲ ଭୁକ୍ତ ଜାତି ଓ ଜନଜାତି, ବରିଷ୍ଠ ନାଗରିକ, କାରଖାନାରେ କାର୍ୟ୍ୟରତ ଶ୍ରମିକ, ପ୍ରକୃତିକ ବିପର୍ୟ୍ୟୟର ଶିକାର କୋଇଥିବା ବ୍ୟକ୍ତି, କିନ୍ନର ଇତ୍ୟାଦି ନିଃଶୁଳ୍କ ଆଇନ ସେବା ପାଇପାରିବେ ବୋଲି ଜିଲ୍ଲା ଅଦାଲତାର ନିବନ୍ଧକ ଶ୍ରୀମତୀ ମହାନ୍ତି ଆଲୋକପାତ କରିଥିଲେ ।
ସହକାରୀ ଶ୍ରମ ଅଧିକାରୀ ଶ୍ରୀ ବ୍ରହ୍ମା ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମରେ ବିଚାରପତିଙ୍କ ଦ୍ଵାରା ମୋଟ ୪ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ୫୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା । ଶେଷରେ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
