ପ୍ରକାଶ ସେଠୀ ସ୍ୱ।ଧିନ ପ୍ରାର୍ଥୀ ହେଵା ସମ୍ଭାବନା !
କଟକ ସଦର,୦୧/୦୩/୨୦୨୪ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଵିଜେଡି ଵିଜେପି ମେଣ୍ଟ ହେଵା ନେଇ ସେତିକି ସେତିକି କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଯଦିଓ ମେଣ୍ଟ ହେଵା ଚୂଡାନ୍ତ ପର୍ଯ୍ୟାୟରେ ପହଁଚି କେଵଳ ଘୋଷଣା କୁ ବାକି ରହିଛି , ସେଥିପାଇଁ ଉଭୟ ଦଳର ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଛନକା ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ କଟକ ସଦର ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ବଦଳିବା ସମ୍ଭାବନା ଏଵେ ଠାରୁ ସୃଷ୍ଟି ହୋଇଛି। ଯଦି ମେଣ୍ଟ ଫର୍ମୁଲା ଅନୁଯାୟୀ ଵିଜେଡି କୁ ଉକ୍ତ ଆସନ ଛାଡି ଦିଆଯାଏ କିମ୍ଵା ଵିଜେପିକୁ ଦିଆଯାଇ ଦୀର୍ଘ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସଂଗଠନ ଜରିଆରେ ଲୋକଙ୍କ ନିକଟତର ହୋଇଥିବା ଆଶାୟୀ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରାନଯାଏ ତେବେ ପ୍ରକାଶ ସ୍ୱ।ଧିନ ଭାବେ ଲଢିଵା ଏକ ପ୍ରକାର ଥୟ ଵୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି। ତେବେ ଆଉ ଅଳ୍ପଦିନ ମଧ୍ୟରେ କଟକ ସଦରର ରାଜନୈତିକ ପାଣିପାଗ ଚିତ୍ର ସ୍ପଷ୍ଟ ହୋଇଯିବ ଵୋଲି ରାଜନୀତି ପଣ୍ଡିତ ମାନେ ମତବ୍ୟକ୍ତ କରିଛନ୍ତି ।