ପାରାଦୀପ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବାତ୍ୟା ପିଡିତଙ୍କୁ ସହାୟତା

କେନ୍ଦ୍ରାପଡା,୨୭/୧୦/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ  ଆଂଚଳିକ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଜିଲାର ରାଜନଗର ବ୍ଲକ ଅନ୍ତର୍ଗତ ବଗପାଟିଆର ସାତଭାୟା ବିସ୍ଥାପିତ ଅଂଚଳରେ ବାତ୍ୟା ‘ଦାନା’ ପ୍ରପିଡିତ ଏକ ହଜାର ପରିବାରଙ୍କୁ ଗତ ୨୬ ତାରିଖରେ ସହାୟତା ପ୍ରଦାନ କରାଯାଇଛି । ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଗ୍ରୀମ ଜିଲା ପ୍ରବନ୍ଧକ ମନୋଜ ପ୍ରଧାନି, ପ୍ରବନ୍ଧକ(ଅର୍ଥ) ବିଧୂଭୂଷଣ ରାଉତ, ପ୍ରବନ୍ଧକ (ମାନବ ସମ୍ବଳ) ସୁକାନ୍ତ କୁମାର ସାହୁ ଏବଂ ବରିଷ୍ଠ ସହାୟକ ପ୍ରଭାତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ରିଲିଫ୍ କାର୍ଯ୍ୟ ସମ୍ପାଦନାରେ ସ୍ଥାନୀୟ ତହସିଲଦାର ଅଜୟ କୁମାର ମହାନ୍ତି ଏବଂ ରାଜନଗର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ଜେନା ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *