ଶିକ୍ଷୟିତ୍ରୀ ଙ୍କର  ଅବସର କାଳିନ  ସମ୍ବର୍ଦ୍ଧନା ସଭା  ।

ଭୁବନେଶ୍ୱର,୨୯/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଜେବି ନଗର ଭୁବନେଶ୍ବର  ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ମୀନା କୁମାରୀ ଦେଇ  ଙ୍କ ପାଇଁ ସ୍କୁଲ ପରିସରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।  ସେ ବିଭିନ୍ନ ସ୍କୁଲ ରେ  ଦୀର୍ଘ ଦିନ ଧରି ଶିକ୍ଷାଦାନ କରି  ବହୁ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ତାଙ୍କର ଭୂମିକା ଅତୁଳନୀୟ  ।ଏହି ବିଦାୟ କାଳୀନ ସଭା ରେ ସ୍କୁଲ ର  ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଏବଂ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି  ଶ୍ରୀମତୀ ମୀନା ଦିଦି ଙ୍କର ଗୁଣଗାନ କରିବା ସହିତ  ତାଙ୍କର ସ୍କୁଲ ପ୍ରତି ଥିବା ଭଲପାଇବାର ସ୍ମୃତି ଚରଣ  କରିଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ୟ ଦିଦି ଙ୍କର ଅବସର କୁ ସହଜ ରେ ଗ୍ରହଣ କରିପାରୁ ନ ଥିଲେ  । ଫଳରେ କିଛି ସମୟ ଏକ ନିରବତା ପରିବେଶ ସୃଷ୍ଟି ହୋଇଥିଲା । ସ୍କୁଲ ତରଫରୁ ଏକ ମାନପତ୍ର ଓ ଉପହାର ଦିଆଯିବା ସହିତ ପିଲାମାନଙ୍କ ତରଫରୁ ମଧ୍ୟ ବିଦାୟୀ ଦିଦି ଙ୍କୁ ଉପହାର ପ୍ରଦାନ କରାଯାଇଥିଲା  ।

Leave a Reply

Your email address will not be published. Required fields are marked *