ଭୁବନେଶ୍ୱର, ୦୧/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଜାତୀୟ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ହୋଇଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଛୀ ଖୁସିୁବ୍ୟକ୍ତ କରିଛନ୍ତି ।
ସେ ସମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି :ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା (Intangible Cultural Heritage of Humanity) ପ୍ରଦାନ ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟାର ପ୍ରଥମ ସୋପାନରେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଅକାଦେମୀର ଜାତୀୟ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ହୋଇଥିବା ଖବର ଜାଣି ମୁଁ ବିଶେଷ ଆନନ୍ଦିତ।
ଏହି ଅବସରରେ ମହାପ୍ରଭୁଙ୍କ ସେବକଗଣ, ଅଗଣିତ ଜଗନ୍ନାଥ ପ୍ରେମୀଭକ୍ତ ତଥା ଶ୍ରୀମନ୍ଦିର ପ୍ରଶାସନ ଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଁ ଦୃଢ ଆଶାବାଦୀ ଯେ ଆଗାମୀ ଦିନରେ ମହାପ୍ରଭୁଙ୍କ ରଥଯାତ୍ରା ନିଶ୍ଚିତ ଭାବେ ୟୁନେସ୍କୋ ତାଲିକାଭୁକ୍ତ ହେବ। ମହାପ୍ରଭୁଙ୍କ କୃପା ଏବଂ କରୁଣା ସମସ୍ତଙ୍କ ଉପରେ ରହିଥାଉ । ଜୟ ଶ୍ରୀଜଗନ୍ନାଥ
https://x.com/MohanMOdisha/status/1906695226972115200