ଚିରକାଳ ଜମିରୁ ମାଟି ଉଠା ବିବାଦ : ଵିଧାୟକଙ୍କ ନିକଟରେ ଫେରାଦ ହେଲେ କୋଟୁଆଁ ଗ୍ରାମବାସୀ

କଟକ ସଦର,୨୮/୦୨/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଠିକାଦାରଙ୍କ ପାଇଁ ଏଜେଣ୍ଟ ସାଜି କିଶନନଗର ଜଳସଂପଦ ଉପ ଵିଭାଜନର ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟ କରି ଚିରକାଳ ଜମିରୁ ମାଟି ଉଠା ବିବାଦକୁ ଅଧିକ ଜଟିଳ କରୁଥିବା ଅଭିଯୋଗରେ କୋଟୁଆଁ ଗ୍ରାମବାସୀମାନେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ କିଶନନଗର ତହସିଲ ଅନ୍ତର୍ଗତ କୋଟୁଆଁ ମୈ।ଜାର ତାଳଦଣ୍ଡା କେନାଲ ବନ୍ଧ କଡରେ ଥିବା ୨୬ ଏକର ଚିରକାଳ ଜମିକୁ କେଉଁ ଅନାଦି କାଳରୁ ଲିଜ୍ ସୂତ୍ରରେ ଏଵେ ଜବରଦଖଲ ସୂତ୍ରରେ ରାଜସ୍ବ ଦେଇ ପାଉତି ହାସଲ କରି ଗ୍ରାମବାସୀମାନେ ଚାଷ କରି ଜୀବିକା ନିର୍ବାହ କରିଆସୁଛନ୍ତି। ହେଲେ ଏଵେ କାହାକୁ କିଛି ନଜଣାଇ ମାଟି ମାଫିଆ ମାନେ ଜେସିଵି ସାହାଯ୍ୟରେ ଉକ୍ତ ଚାଷଜମିରୁ ମାଟି ଉଠାଇଵାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀମାନଙ୍କ ବିରୋଧ ଫଳରେ ମାଫିଆ ମାନେ ଛତ୍ରଭଙ୍ଗ ଦେଇଥିଲେ। ଏଥିପାଇଁ ଜଳସଂପଦ ବିଭାଗ ପୋଲିସର ଭୟ ଦେଖାଇ ଜୋର ଜବରଦସ୍ତି ମାଟି ଉଠାଇଵାକୁ କହିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ସୁକାନ୍ତ ଭୋଇ, ନରେନ୍ଦ୍ର ଭୋଇ, ନରୋତ୍ତମ ଭୋଇ, ସମୀର ପଲେଇ,ଜନ୍ମେଜୟ ରାୟ, ସନ୍ତୋଷ ଖୁଣ୍ଟିଆ, ବିଦ୍ୟାଧର ପଣ୍ଡା ଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଵିଧାୟକଙ୍କ ନିକଟରେ ଫେରାଦ ହୋଇଛନ୍ତି। ଚିରକାଳ ଜମିରୁ ଇଞ୍ଚେ ମାଟି ଉଠା ଯାଇପାରିଵ ନାହିଁ ଵୋଲି ଵିଧାୟକଙ୍କ ପ୍ରତିଶ୍ରୁତି ପରେ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଯାହା ଫଳରେ ପାଉତି ହାସଲ କରି ଦଖଲରେ ଥିବା ଚାଷୀମାନେ ପୁନର୍ବାର ଦଖଲକୁ ଦୋହରିକରଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *