ସାରସ୍ୱତ ସାଧିକା ନିର୍ମଳପ୍ରଭା ଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ 

 ଗରଦପୁର, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନ ଅଢ଼ଙ୍ଗା ପଂଚାୟତ ଅରିଲୋ ଠାରେ ସାରସ୍ୱତ ସାଧିକା ନିର୍ମଳପ୍ରଭା ଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଭିନ୍ନ ଦଳର ଆଗ ଧାଡ଼ିର ନେତା ଓ କର୍ମୀ ମାନଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ମିଳିତ ଭାବେ ନିର୍ମଳପ୍ରଭାଙ୍କ ସ୍ମୃତି ଚାରଣ କରି ସ୍ୱୃତି ଅର୍ଗ୍ୟ ଅର୍ପଣ କରିଥିଲେ । ଉଲେଖନୀୟ ଏହିକି ନିର୍ମଳପ୍ରଭା ଗାନ୍ଧିବାଦୀ ନେତା ସ୍ୱର୍ଗତ ରାଜ କିଶୋର ନାୟକଙ୍କ ଧର୍ମପତ୍ନୀ  ଏବଂ ଖାଦ୍ୟ ଯୋଗଣ ଖାଉଟି କଲ୍ୟାଇ, ସମବାୟ ଓ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କର ମହିୟଷି ମା ଅଟନ୍ତି । ଏହି ଅବସର ରେ ଆୟୋଜିତ ଶ୍ରାଦ୍ଧ ବାର୍ଷିକୀ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଶୁଭେଛୁମାନେ ଏକାଠି ହୋଇଥିଲେ । ବିଶେଷକରି ପାଟକୁରା ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ରୁ ହଜାର ହଜାର ସଂଖ୍ୟାରେ ଶୁଭେଛୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଳାକାରମାନେ ଭଜନ ପରିବେଷଣ କରିଥିବାବେଳେ ସ୍ୱର୍ଗିୟା ମା ନିର୍ମଳପ୍ରଭା ସଙ୍ଗିତକୁ ଖୁବ ଆଦର କରୁଥିଲେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଗଣେଶ୍ୱର ବେହେରା, ଶଶିଭୁଷଣ ବେହେରା, ପୂର୍ବତନ ବିଧାୟକ କିଶୋର ତରାଇ, ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟିକା ସିପ୍ରା ମଲିକ, ପାଟକୁରା ବିଧାୟିକା ଙ୍କପ୍ରତିନିଧି ସଂଜୟ ଅଗ୍ରୱାଲ, ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ସମାଜସେବୀ ଅଜୟ ରାଉତ, ହାଇଟେକ୍ ମେଡ଼ିକାଲ ତତ୍ୱାବଧାରକ ତିରୁପତି ପାଣିଗ୍ରାହୀ,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିକାଶ ମହାପାତ୍ର, ରାଜ୍ୟ ପାଣଇପାଗ ବିଭାଗ ବୈଜ୍ଞାନିକ ଅବସରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ସାହୁ, ସାମ୍ବିକା ଅମ୍ବିକା ପ୍ରସାଦ ଦାସ, ଗାନ୍ଧିବାଦି ପ୍ରହଲାଦ ସିଂ, କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ସଭାପତି ଧିରେନ୍ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ଗିତାଂଜଳି ସେଠୀ,ବିଭିନ୍ନ ବ୍ଲକ୍ ର ଅଧ୍ୟକ୍ଷ , ବିଭିନ୍ନ ପଂଚାୟତର ସରପଂଚ , ସମିତି ସଭ୍ୟ ଏବଂ ମିଶନ ଶକ୍ତିର ମହିଳା ଙ୍କ ସମେତ ସ୍ଥାନୀୟ ଶୁଭେଛୁ ମାନେ ସ୍ୱର୍ଗତ ନିର୍ମଳପ୍ରଭା ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଜେଡ଼ିର ବହୁ ନେତା ଙ୍କ ସମେତ ମାର୍ଶାଘାଇ, ଗରଦପୁର ଓ ମହାକାଳପଡ଼ାର ବହୁ ଯୁବକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକ ଓ ତାଙ୍କ ବଡ଼ ଭାଇ ଶାନ୍ତନୁ ନାୟକ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *