କୋଲ୍ଡ ଡ୍ରିଙ୍କ ରେ ନିଶା ଟାବଲେଟ୍ ଦେଇ ଲୁଟ୍ ଘଟଣାରେ କୁଖ୍ୟାତ ଲୁଟେରା ପ୍ରମୋଦ ଦାସ  ଗିରଫ

କଟକ, ୨୬/୦୨/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ସହରର ଦୋଳ ମୁଣ୍ଡାଇ ଓ ବଜ୍ରକବାଟି ଅଞ୍ଚଳରେ ଉଠା ଫଳ ବ୍ୟବସାୟୀ ଙ୍କୁ ଥଣ୍ଡା ରେ ନିଶା ମିଶାଇ ଅଚେତ୍ କରି ଶିରିଜ ଲୁଟ କରୁଥିବା ଘଟଣାରେ ଜଣେ କୁଖ୍ୟାତ ଲୁଟେରା ପ୍ରମୋଦ ଦାସ କୁ ଗିରଫ କରିଛି କଟକ ବାଦାମ ବାଡ଼ି ଥାନା ପୋଲିସ । ଫେବୃଆରୀ ମାସର ଗୋଟିଏ ସପ୍ତାହ ରେ ଏହି ହିଁ ସିରିଜ୍ ଲୁଟ୍ କରିଥିଲା । ଲୁଟେରା ପ୍ରମୋଦ ନାମରେ ବିଭିନ୍ନ ଲୁଟ ମାମଲା ପୂର୍ବରୁ ରହିଛି । ବିଶେଷ କରି ସେ ରେଳ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ମୃଦ୍ୟୁପାନୀୟ ରେ ନିଶା ଔଷଧ ଖୁଆଇ ଅଚେତ କରି ଲୁଟ କରୁଥିବାର ଅନେକ ମାମଲା କଟକ ଭୁବନେଶ୍ଵର ଜି ଆର୍ ପି ଥାନାରେ ରହିଛି । ଲୁଟ ର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରୁ ପ୍ରମୋଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରମୋଦ ନିକଟରୁ ନଗଦ ୭ ହଜାର ଟଙ୍କା, ୫ ଟି ମୋବାଇଲ୍ , ନିଶା ବଟିକା ଆଦି ଜବତ୍ ମଧ୍ୟ କରାଯାଇଥିବା   ସୂଚନା  ।

 

Leave a Reply

Your email address will not be published. Required fields are marked *