କଟକ ସଦର,୧୯/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଉଦୀୟମାନ ଯୁବକ ସ୍ୱର୍ଗତ ଶୁଭମ୍ ଜେନା ଙ୍କ ସ୍ମୃତିରେ ଗଠିତ ଶୁଭମ୍ ଫାଉଣ୍ଡେସନ ପକ୍ଷରୁ ଆଜି ୧୯ ତାରିଖ ବୁଧବାର ଦିନ ତାଙ୍କର ୧୯ ତମ ଜନ୍ମଦିନ ଅବସରରେ କନ୍ଦରପୁର ଲେଵୁଲକ୍ରସିଂ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଚାରା ରୋପଣ କରାଯାଇଥିବା ଜଣାପଡିଛି। 
ଏହି ଅବସରରେ ଆୟୋଜିତ ସ୍ମୃତି ଚାରଣ ସଭାରେ କନ୍ଦରପୁର ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ଇଂ ସୁଧାଂଶୁ ଭୁଷଣ ଜେନା, ଇଂ ନରେନ୍ଦ୍ର ନାଥ ଜେନା, ଇଂ ଆଲୋକ ଭୁୟାଁ, ଇଂ କିଶୋର ଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ଶୁଭମ୍ ଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କର ସ୍ମୃତି ପାଇଁ ଚାରା ରୋପଣ ର ଶୁଭାରମ୍ଭ କରିଥିଲେ। ଆଗାମୀ ଦିନରେ ଶୁଭମ୍ ଙ୍କର ସ୍ମୃତି ରକ୍ଷା ପାଇଁ ଆହୁରି ଅନେକ ଜନ ମଙ୍ଗଳ କାର୍ଯ୍ୟ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।
