କନ୍ଦରାସୁର ପୋଡ଼ି ମହୋତ୍ସବ ଅନୁଷ୍ଠିତ

କଟକ, ୨୬/୦୨/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ପୋତାପୋଖରୀ ନେତାଜୀ ଖେଳପଡ଼ିଆରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ତତ୍ତ୍ବାବଧାନରେ କନ୍ଦରାସୁର ପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଣୀହାଟସ୍ଥିତ ବଳରାମ ମନ୍ଦିର ଠାରେ ଉଦ୍ଘାଟକ ରୂପେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ସମ୍ମାନିତ ଅତିଥି ଭାବେ ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ଵାଳ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଳରାମ ବେଶରେ ସୋମନାଥ ମହାନ୍ତି ସହର ପରିକ୍ରମା କରି ପହଞ୍ଚିଥିଲେ।ସଭାସ୍ଥଳରେ କନ୍ଦରା ସୁର ପୋଡ଼ି ମହୋତ୍ସବ କମିଟିର ସଭାପତି ନେପାଳ ସାମନ୍ତ,କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ସାହୁ,ଉପ ସଭାପତି ପ୍ରିୟବ୍ରତ ପଣ୍ଡା, ସମ୍ପାଦକ ତଥା ଆଇନଜୀବୀ ମନୋଜ ଦାସ,ସଭ୍ୟ ମହେନ୍ଦ୍ର ମହାପାତ୍ର,ଗୁରୁ ପ୍ରସାଦ ପଣ୍ଡା, ଜଗନ୍ନାଥ ମହାନ୍ତି, ବିକ୍ରମ ବାରିକ, ସମ୍ବାଦିକ ଦେବାଶିଷ ରଥ , ନାରୀନେତ୍ରୀ ବାସନ୍ତୀ ସାହୁ ମଧ୍ୟରେ କଟକ ସାଂସଦଙ୍କ ପ୍ରତିନିଧି ସୁରେନ ମହାନ୍ତି, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା,ଜୋନ୍-୫ ଏସିପି କୃଷ୍ଣଚନ୍ଦ୍ର ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *