ରାଉରକେଲା,୨୯/୦୨/୨୦୨୪(ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ଇଏସଆଇ ଡିସପେନସରୀ ର ବରିଷ୍ଠ କିରାଣୀ । ରାଉରକେଲା ଜେଲ ରୋଡରେ ଥିବା ଇଏସଆଇ ହସ୍ପିଟାଲର ବରିଷ୍ଠ କିରାଣୀ ଅଭିରାମ ସାହୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗ୍ୟାସ ମେକାନିକ ବିଶ୍ୱନାଥ ସିଂହଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ ମାଡି ବସିଲା । ତାଙ୍କ ନିକଟରୁ ଭିଜିଲାନ୍ସ ଦ୍ୱାରା ରାସାୟନିକ ବେଳା ଟଙ୍କା ଜବତ କରାଯାଇଥିଲା । ପରେ ପରେ ଭିଜିଲାନ୍ସ ଟିମ ଏକକାଳୀନ ତାଙ୍କ ଅଫିସ ଓ କାର୍ୟ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି । ମିଳିଥିବା ସୂଚନାମୁତାବକ ଗ୍ୟାସ ମେକାନିକ ବିଶ୍ୱନାଥ ବାଲୁଘାଟ ବସ୍ତିରେ ରହନ୍ତି । ସେ ରୁପୁଟୋଲାରେ ଥିବା ଭାରତ ଗ୍ୟାସ ଏଜେନସିରେ ଚୁଲା ମେକାନିକ କାମ କରୁଥିଲେ । ଗତ ୨୦୨୦ ମେଁ ମାସରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଚିକିତ୍ସା ବାବଦ ୯୦ ହଜାର ଟଙ୍କା ର ବିଲ୍ ପାସ୍ କରିବାର ଥିଲା। ଏଥିଲାଗି ବିଶ୍ୱନାଥ ଙ୍କ ସମ୍ପର୍କୀୟଙ୍କ ଠାରୁ ଅଭିରାମ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ନେଇ ସେ ଭିଜିଲାନ୍ସରେ ଜଣାଇଥିଲେ । ପୂର୍ବ ଯୋଜନା ମୂତାବକ ୧୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଅଧିକାରୀ ଚଢାଉ କରିଥିଲେ । ଟଙ୍କା ସହ ଅଭିରାମ ସାହୁଙ୍କୁ ଧରିବା ସହ ଅଟକ ରଖି ପଚରାଉଚରା କରାଯାଉଛି।