ଲକ୍ଷ୍ମୀପୁର ୨୬/୦୨/୨୪(ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦରରେ ଥିବା ପୁରୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ନବୀକରଣ କରାଯାଇଥିବା ବେଳେ ତାକୁ ଆମ ହସ୍ପିଟାଲ ଭାବେ ଲୋକାର୍ପଣ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।ଏଥିପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ଚାରି କୋଟି ଟଙ୍କା। ସ୍ବାସ୍ଥ୍ୟ କେନ୍ଦ୍ରର ପୁରା ରୂପ ରେଖ ବଦଳି ଯାଇଛି। ସବୁ କିଛି ନୂଆ ଢାଞ୍ଚାରେ ନିର୍ମାଣ କରାଯାଇଛି। ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଏହାର ଭେଟି ଦେଇଛନ୍ତି।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି।ଏହାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏହାର ଆୟୋଜନ କରାଯାଇଥିବା ବେଳେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।କୋରାପୁଟ ଜିଲ୍ଲାପାଳ କିର୍ତିଭସନ୍ ଭି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ପାଢ଼ୀ ଓ ଉପ ଜିଲ୍ଲାପାଳ ବେଣୁଧର ଶବର,ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ.ଅରୁଣ ପାଢ଼ୀ,ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଇନ ଚାର୍ଜ୍ ଡ.ନବ କିଶୋର କୁଣ୍ଡୁ,ବିଡ଼ିଓ ଗୁରେଶ୍ୱେର ଭୋଇଙ୍କ ସମେତ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ,ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,ପୂର୍ବତନ ସାଂସଦ ପ୍ରତିନିଧି କୌଶଲ୍ୟା ହିକକା,ଓଡ଼ିଆ ପେଣ୍ଠ ସରପଞ୍ଚ ବଂଶୀଧର ମାଣ୍ଡୀଙ୍ଗା,ବୁର୍ଜା ସରପଞ୍ଚ ଜଳି ମିଣୀଆକା ଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ।