ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ୍ , ୧୬ ଜଣ ଯାତ୍ରୀ ଆହତ

ଭୁବନେଶ୍ବର/ଖୋର୍ଦ୍ଧା୦୬/୦୪/୨୦୨୪ (ଓଡ଼ିଶା ସମାଚାର)-ରାସ୍ତାକଡ଼ ନାଳକୁ ଖସିଲା ମୋ ବସ। ଏହି ଦୁର୍ଘଟଣାରେ ୧୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ମୋ ବସ ନାଳକୁ ଖସି ପଡିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିବାବଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛି।
ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧୀନ ପିତାପଲ୍ଲୀ ଛକ ନିକଟରେ ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ୧ଟାରେ ମୋ ବସ୍ ନାଳକୁ ଖସିପଡ଼ିଛି। ସାମ୍ନାପାଟରୁ ଏକ ଅଟୋ ଅଚାନକ ଆସିଯିବାରୁ ବସ୍ ଟି ନାଳକୁ ଖସିବା କାରଣରୁ ଏଥିରେ ଥିବା ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି। ଆହତମାନେ ହେଲେ ଅବ ବକ୍କର ଖାନ, ବିଦ୍ୟାଧର ବିଶ୍ବାଳ, ମଂଜୁଳତା ସାହୁ, ଜଗନ୍ନାଥ ସାମଲ, ଲକ୍ଷ୍ମୀପ୍ରିୟା, ରୀତାଞ୍ଜଳି ପଣ୍ଡା, ମନୋରଂଜନ ସାହୁ, ଅଶୋକ ମହାରାଣା, ପ୍ରସନ୍ନ ସାହୁ, କାଶୀନାଥ ପଣ୍ଡା, ଶୈଳବାଳା ସାହୁ, ଦାଶରଥୀ ସେଠୀ, କେ ରାମକୃଷ୍ଣ ଦୋରା, ସଂଯୁକ୍ତା ନାୟକ, ଲୋକି ପ୍ରଧାନ ଓ ବଂଶୀଧର ବେହେରା। ମିଳିଥିବା ସୂଚନା ମୁତାବକ, ମୋ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ଭାରସାମ୍ୟ ହରାଇ ବସଟି ପିତାପଲ୍ଲୀ ନିକଟରେ ନାଳକୁ ଖସିପଡ଼ିଥିଲା। ବସ୍ଟି ଦୁର୍ଘଟରାର ସମ୍ମୁଖୀନ ହେବା କାରଣରୁ ୧୬ ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରସ୍ଥିତ ରାଜଧାନୀ ଚିକିତ୍ସାଳୟ ଓ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
ସ୍ଥାନୀୟ ଲୋକମାନେ ଆହତ ଯାତ୍ରୀ ମାନଙ୍କୁ ତୁରନ୍ତ ଉଦ୍ଧାର କରିବାରେ ସାହାଯ୍ୟ କରିଥିବାରୁ ଜିଲା ପଶ୍ରାସନ ସେମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଆହତ ମାନଙ୍କ୍ ଆଶୁ ଆରୋଗ୍ୟ କାମନା କରାଯାଇଛି । ଆହତ ଯାତ୍ରୀ ମାନଙ୍କ ଚିିକିତ୍ସା ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବ । ସିଡ଼ିଏମଓ ଏବଂ ବରିଷ୍ଠ ଅଧିକାରୀ ମାନେ ଆହତ ଯାତ୍ରୀ ମାନଙ୍କ ଖବର ବୁଝିବା ପାଇଁ କୁହାଯାଇଛି । ବରିଷ୍ଠ ଅଧିକାରୀମାନେ ଜିଲା ହସପିଟଶଲ ଓ ଏଏମସ କୁ ଯାଇ ଆହତ ଯାତ୍ରୀ ମାନଙ୍କ ଚିକିତ୍ସା ବ୍ୟବସ୍ଥା କରୁଛନ୍ତି ।

Leave a Reply

Your email address will not be published. Required fields are marked *