ଶ୍ରୀ ବିରଜା ସେବା ସମିତିର ମାସ ଶେଷ ବୈଠକ

ଯାଜପୁର, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ଶ୍ରୀ ବିରଜା ସେବା ସମିତିର ମାସ ଶେଷ ବୈଠକ ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିରଜା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ତବ ପାଠ ପରେ ସଂପାଦକ କ୍ଷୀରୋଦଚନ୍ଦ୍ର ପାଠୀ ଗତ ବୈଠକର ବିବରଣୀ ପାଠ କରିଥିଲେ । ମା’ବିରଜାଙ୍କର ସ୍ୱନକ୍ଷତ୍ର ଉତ୍ସବରେ ସେବାସମିତି ଦ୍ୱାରା ସମ୍ପାଦିତ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ହୋଇଥିଲା ଓ ତାହା ସନ୍ତୋଷ ଜନକ ବୋଲି ସଭା ଅନୁଭବ କଲା । ବୈଠକରେ ଉପସଭାପତି ପ୍ରମୋଦ କୁମାର ଦ୍ୱିବେଦୀ ଏକ ପ୍ରସ୍ତାବ ଦେଇଥିଲେ ଯେ ସମିତି ତରଫରୁ ଗରିବ ବ୍ରାହ୍ମଣ ପିଲାଙ୍କୁ ବ୍ରତଘର କରାଯାଉ ଓ ସମିତି ସମସ୍ତ ଖର୍ଚ୍ଚ ବହନ କରି ବିରଜା ମନ୍ଦିରେ ବ୍ରତଘର କରୁ । ଏହା ସଭ୍ୟମାନଙ୍କ ମଧ୍ୟର ଆଲୋଚନା କରାଗଲା ଓ ପ୍ରସ୍ତାବ ଗୃହିତ ହେଲା ଯେ ଏହା କାର୍ଯ୍ୟକାରୀ କରାଯିବ । ଯେଉଁ ଗରିବ ବ୍ରାହ୍ମଣ ତା’ର ପିଲାକୁ ସମିତି ମାଧ୍ୟମରେ ବ୍ରତ କରିବାକୁ ଚାହିଁବେ ସେ ମୋବାଲଇ ୍ନଂ. ୮୩୨୮୯୫୧୮୩୮ ବା ୯୮୬୧୨୬୦୭୪୮ ଫୋନ୍ ରେ କରି କଥା ହେବେ ଓ ପ୍ରତ୍ୟେକ ସଭ୍ୟ ଅନୁ୍ୟନ ଦୁଇଟି ସଭ୍ୟ ଦିଅନ୍ତୁ ବୋଲି ସଭା ଅନୁରୋଧ କଲା । ଆଲୋଚନାରେ ଯୁଗ୍ମ ସଂପାଦକ ବୃନ୍ଦାବନ ମିଶ୍ର, କୋଷାଧ୍ୟକ୍ଷ ହରିହର ବେହେରା, ହିସାବ ନିରିକ୍ଷକ ରମେଶ ଚନ୍ଦ୍ର ରାଉତ, ସଭ୍ୟ ମଧୁସୂଦନ ମହାନ୍ତି, ବସନ୍ତ କୁମାର ଦାଶ, ରାମକୃଷ୍ଣ ବେହୁରିଆ, ଧନଞ୍ଜୟକେଶରୀ ରାୟ, ଶ୍ରୀକୃଷ୍ଣ ମହାନ୍ତି, ମଳୟ କୁମାର ପଣ୍ଡା, ନିଶିଥ କୁମାର ଦାସ, ଭରତ କୁମାର ସାହୁ, ବିଷ୍ଣୁ ଚରଣ ଲେଙ୍କା, ସାମ୍ବାଦିକ ଦେବୀପ୍ରସାଦ ପାଣି ଓ ବିରଜାପ୍ରସାଦ ପାଣି, ନୃସିଂହ ଚରଣ ମହାପାତ୍ର, ନିରୁପମା ମହାନ୍ତି ପ୍ରମୁଖ ସଭ୍ୟମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ସଭ୍ୟ ନୃସିଂହ ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *