ନିରାକାରପୁର ୨୫/୦୨/୨୦୨୪ (ଓଡ଼ିଶା ସମାଚାର)– ପୁରାତନ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତା ତଥା ସଂଘ ବିଚାର ପରିବାର ସ୍ଵୟଂସେବକ ଜୟନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମା ଉଗ୍ରତରାଙ୍କ ପୀଠରେ ଅଞ୍ଚଳର ସୁଖ ଦୁଃଖର ସାଥି ତଥା ବିଜେପି ନେତା ରାମ ନାରାୟଣ ଦାଶ ଙ୍କୁ ସମର୍ଥନ ଜଣାଇବା ନିମନ୍ତେ ବିଭିନ୍ନ ପଞ୍ଚାୟତରୁ ୧୫୦ରୁ ଉର୍ଦ୍ଧ ଯୁବକ ଏକତ୍ରିତ ହୋଇ ବନ୍ଧୁ ମିଳନରେ ଯୋଗ ଦେଇଥିଲେ।ବିଗତ ୨୫ ବର୍ଷ ହେବ ଟାଙ୍ଗୀ ବ୍ଲକର ନେତୃତ୍ୱ ଏବଂ ବିକାଶକୁ ଶାସକ ଦଳମାନେ ଅଣଦେଖା କରି ଆସୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିବା ସହ ଚଳିତ ବର୍ଷ ନିର୍ବାଚନ ମଇଦନରେ ଓହ୍ଲାଇ ନିଜର ହକ୍ ପାଇଁ ଲଢେଇ ଜୋରଦାର ହେବ ବୋଲି ମା ଉଗ୍ରତାରାଙ୍କ ପାଖରେ ସଂକଳ୍ପ କରିଛନ୍ତି। ଚାଷ ଜମିକୁ ଜଳସେଚନ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ପାଇଁ ରୋଜଗାର ପର୍ଯ୍ୟନ୍ତ ବିଭିନ୍ନ ଅସୁବିଧା ମାନ ରହିଛି । ଆମେ ମାନେ ଏକତ୍ରିତ ହୋଇ ଶାସନ କଳ ସହ ଲଢେଇ କଲେ ସେସବୁ ସମସ୍ୟା ଗୁଡ଼ିକର ସମାଧାନ ହୋଇପାରିବ ବୋଲି ରାମ ନାରାୟଣ ଦାଶ ତାଙ୍କ ଭାଷଣରେ କହିଥିଲେ। ବର୍ତ୍ତମାନ ସମୟ ଆସିଚି ମାଟି ପାଇଁ ଚିନ୍ତା କରିବା, ଅବହେଳିତ,ନିଷ୍ପେସିତ ଗରୀବ ଲୋକମାନଙ୍କ ନେତା ଆମ ମାଟିର ପୁଅ ରାମ ନାରାୟଣ ଙ୍କ ହାତ ମୁଠାକୁ ଟାଣ କରି ପରିବର୍ତ୍ତନ ଆଣିବା ବୋଲି କର୍ମୀ ମାନେ କହିଛନ୍ତି। ଏହି ବୈଠକରେ ରାଜ୍ୟ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ବି.କେ ଅଭିମନ୍ୟୁ , ସୁନିଲ ସାମନ୍ତ ସିଂହାର, ସତ୍ୟ ବିଶୋଇ, ପ୍ରଦୋଷ ହରିଚନ୍ଦନ, ଶିବ ମାର୍ଥା,ନିଶି ରଞ୍ଜନ ବାଲବନ୍ତରୟ, ସମୀର ଜେନାଙ୍କ ସହ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ ।