ଲକ୍ଷ୍ମୀପୁର ୨୫/୦୨/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା) – ଚାରି କୋଟି ବ୍ୟୟରେ ନୂଆ ରୂପ ରେଖରେ ସଜେଇ ହୋଇଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଏନେଇ ଆସନ୍ତାକାଲି ସୋମବାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଏବେ ସମସ୍ତ ପ୍ରସ୍ତୁତି ସରି ଯାଇଛି। ସ୍ଥାନୀୟ ମିନି ଷ୍ଟାଡିୟମରେ ଏକ ଜନ ସଭାର ଆୟୋଜନ ମଧ୍ୟ କରାଯାଇଛି।ଏହାକୁ ଆଖି ଆଗରେ ରଖି ଜିଲ୍ଲାପାଳ କିର୍ତିଭାସନ୍ ଭି ଆଜି ସନ୍ଧ୍ୟାରେ ଲକ୍ଷ୍ମୀପୁର ଗସ୍ତରେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହ ମିନି ଷ୍ଟାଡିୟମ ବୁଲି ସ୍ଥାନୀୟ ମେଡିକାଲ କର୍ମଚାରୀ ଓ ବିଡ଼ିଓ ଗୁରେଶ୍ୱର ଭୋଇଙ୍କ ସହ ଆଲୋଚନା କରିବା ସହ ସବୁ କିଛି ଅନୁଧ୍ୟାନ କରି ଫେରି ଯାଇଛନ୍ତି। ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ ଲୋକଙ୍କ ସମାଗମ ହେବାର ଲକ୍ଷ ରଖା ଯାଇଛି। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ପାଢ଼ୀ ଓ ଉପ ଜିଲ୍ଲାପାଳ ବେଣୁଧର ଶବର ମଧ୍ୟ ଉପସ୍ଥିତ ଥିଲେ ।