ନିରାକାର ପୁର, ୨୫/୦୨/୨୦୨୪ (ଓଡ଼ିଶା ସମାଚାର)- କଂପୁର ପଞ୍ଚାୟତ ମା ଭଗବତୀ ଦେବୀଙ୍କ ପବିତ୍ର ପୀଠରେ ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ , ୩ନଂ ଜୋନ୍ ତଥା ଦକ୍ଷିଣ ମଣ୍ତଳର ଏକ ବୁଥ ସଶକ୍ତି କରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକଟି ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ବିଧାନ ସଭା ନେତା ତଥା ରଜ୍ୟକାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ୩ନଂ ଜୋନ୍ ରେ ଭାରତୀୟ ଜନତା ପାର୍ଟି ସଶକ୍ତ କରିବା ପାଇଁ ଜୋନର ସମସ୍ତ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଖୋର୍ଦ୍ଧା ବିଜେପିର ସରକାର କରିବା ପାଇଁ ସଂକଳ୍ପ ନେଇଥିଲେ। ଏହି ଅବସରରେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି କେଳୁ ଜଗଦ୍ଦେବ, ୩ନଂ ଜୋନ୍ ର ପୂର୍ବତନ ମଣ୍ଡଳ ସଭାପତି ରମାକାନ୍ତ ଜେନା, ଖୋର୍ଦ୍ଧା ବିଧାନ ସଭା ସଂଯୋଜକ କିଶୋର ଚନ୍ଦ୍ର ବରାଳ, ୩ନଂ ଜୋନ୍ ର ପୂର୍ବତନ ଜିଲ୍ଲପରିଷଦ ସଭ୍ୟ ପ୍ରଦ୍ୟୁମ୍ନ ହରିଚନ୍ଦନ, ଜଂକିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶକୁନ୍ତଳା ଜଗଦ୍ଦେବ, ନରଣଗଡ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିବାକର ଭୋଇ, ଶିକ୍ଷାବିତ୍ ଦିବାକର ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ରାଉତରାୟ, ଯୁବ ନେତା ସନ୍ତୋଷ କୁମାର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରି ଯୋଜନାକୁ ଲୋକା ଭିମୁଖି କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେବା ସହ ଭାରତୀୟ ଜନତା ପାର୍ଟି କୁ ବିଜୟ କରିବା ପାଇଁ ସଂକଳ୍ପ ନେଇଥିଲେ।