କେନ୍ଦ୍ରାପଡ଼ା, ୦୯/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର ଫୋରଡ ଗ୍ରାମର ଅଧ୍ୟାପକ ଦତକୃଷ୍ଣ ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅବସରରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ହେମନ୍ତ କୁମାର ଜେନା, ଅରକ୍ଷିତ ଜେନା, ଦିଲ୍ଲିପ କୁମାର ସିଂ, ନିରଞ୍ଜନ ନାୟକ, ବାଦଲ ସାମନ୍ତରାୟ, ବବଲୁ ଜେନା, ଲାଲୁ ଜେନା, ରଶ୍ମୀରଞ୍ଜନ ରାଉତ, ଅଙ୍କିତା ଜେନା, ସୋନାଲି ଜେନା, ରୋନାଲି ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଅଧ୍ୟାପକ ସ୍ୱର୍ଗତ ଜେନାଙ୍କ ଏକ ଆବକ୍ଷ ପ୍ରତିମୂର୍ତି ଉନ୍ମୋଚନ କରାଯାଇଥିଲା ।