ନିରାକାରପୁର, ୨୩/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଫାଟକ ନୂଆ ଜଗନ୍ନାଥ ସଡ଼କ ଉପରେ ଥିବାବେଳେ ସବୁ ସମୟରେ ଏହି ରେଳ ଫାଟକ ବ୍ୟସ୍ତ ବହୁଳ ରହୁଛି। ପ୍ରତି ୫ ମିନିଟରେ ଟ୍ରେନ ଅତିକ୍ରମ କରୁଥିବାରୁ ସବୁ ଯାନବାହାନ ଏହି ଗେଟ କୁ ଅତିକ୍ରମ କରିବାକୁ ଯେମିତି ପ୍ରତିଯୋଗିତା ରେ ସାମିଲ ହେବା ପରି ଆଗରେ ଯିବାକୁ ଚେଷ୍ଟା କରୁଛନ୍ତି। ଏଥି ପାଇଁ ବହୁବାର ଏହି ଗେଟ ଟି ବିଭିନ୍ନ ଗାଡି ଧକ୍କାରେ ଭାଙ୍ଗି ଯାଇଛି। ଆଜି ଏକ ପିକଅପ ଭ୍ୟାନ ଧକ୍କାରେ ସକାଳ ୧୦ ଟା ବେଳେ ଏହି ରେଳ ଫାଟକ ଭାଙ୍ଗି ଯିବାରୁ ଅସହ୍ୟ ତାତି ରେ ଲୋକେ ଦୀର୍ଘ ସମୟ ଫାଟକ ର ଉଭୟ ପାର୍ଶ୍ଵରେ ଛିଡା ହୋଇଥଲା। ପରେ ଫାଟକ ମରାମତି ହେବ ପରେ ଲୋକେ ଯାତାୟାତ କରିଥିଲେ। ଏହି ନୂଆ ଜଗନ୍ନାଥ ସଡ଼କ ଟି ପୁରୀ ରୁ ଦକ୍ଷିଣ ପଶ୍ଚିମ ଅଞ୍ଚକ୍କୁ ସଂଯୋଗ କରୁଥିବାରୁ ବହୁଳ ଯାତ୍ରୀ ଏହି ବର୍ ଦେଇ ପୁରୀ ଯାଉଛନ୍ତି। ରେଳବାଇ ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡି ନାମରେ କେସ କରିଥିବା ଜଣାପଡିଛି।
ଗାଡି ଧକ୍କାରେ ରେଳ ଫାଟକ ଭାଙ୍ଗିଲା, ତାତିରେ ଲୋକେ ଛଟପଟ
