ଓଡ଼ିଶାସେବା ନିବୃତ କର୍ମଚାରୀ ଓ ଶିକ୍ଷକବିକାଶ ମଂଚର ପଂଚଦଶତମ ଅଧିବେଶନ

ଭୁବନେଶ୍ୱର,୦୪/୦୧/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶାସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଂଚର ପଂଚଦଶତମ ଅଧିବେଶନ ଆଜି ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି ।ଏହାକୁ ସଂଗଠନର ମୁଖ୍ୟଉପଦେଷ୍ଟା ଶ୍ରୀ ଦୁର୍ଗାଚରଣ ନାୟକ ଉଦଘାଟନ କରିଥିଲେ । ଏଥିରେ ସଭାପତି ଶ୍ରୀ ଶରତଚନ୍ଦ୍ର ଦାଶ ସଭାପତିତ୍ୱ କରିଥିଲେ ଓ ସର୍ବଭାରତୀୟ ରାଜ୍ୟ ପେନସନର୍ସ ଫେଡ଼େରେସନର ଅଧ୍ୟକ୍ଷ ଶ୍ରୀ ପି. କେଶର୍ମାମୁଖ୍ୟ ଅତିଥି, ମହାସଚିବ ଶ୍ରୀ ଡି. ସୁଧାକର ମୁଖ୍ୟବକ୍ତା, ଅର୍ଥ ସଚିବଶ୍ରୀ ଏ. ରାଜେନ୍ଦ୍ରବାବୁ ଏବଂ ପେନସନର୍ସ ଭଏସ୍ ର ମୁଖ୍ୟସମ୍ପାଦକ ଶ୍ରୀଏସ୍.ଏସ୍. ଦୁବେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।
ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ରଥ ତାଙ୍କ ସମ୍ପାଦକୀୟ ବିବରଣୀରେ ସୂଚନା ଦେଇଥିଲେ ଯେ, କେନ୍ଦ୍ର ତଥା ଅନ୍ୟ ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀ ଓ ଶିକ୍ଷକ, ଆମ ରାଜ୍ୟର ଅବସରପ୍ରାପ୍ତ ଜୁଡ଼ିସିଆଲ ଅଫିସର, ପୂର୍ବତନ ବିଧାୟକମାନେ ଚିକିତ୍ସାଭତା ଓ ଅନ୍ୟାନ୍ୟ ଚିକିତ୍ସା ସୁବିଧା ପାଉଛନ୍ତି । ୯୦ ଭାଗ ନାଗରିକ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ପାଇବା ସରକାର ଘୋଷଣାକରିଥିବାବେଳେ ଦୀର୍ଘ ୩୦ରୁ ୪୦ ବର୍ଷ ଧରି ସରକାରୀ ଯୋଜନାକୁ ରାଜ୍ୟରେ ସଫଳ ରୂପାୟନ କରି ଅବସର ନେଇଥିବା ବରିଷ୍ଠ ନାଗରିକମାନଙ୍କ ପ୍ରତି ଅଣଦେଖା କରିବା ସେମାନଙ୍କୁ ମର୍ମାହତ କରିଛି ।ସେହିଭଳି ସ୍ୱାଧୀନତା ପରଠାରୁ କେନ୍ଦ୍ର ନୀତି ଅନୁଯାୟୀ ରାଜ୍ୟର ଅବରପ୍ରାପ୍ତ କର୍ମଚାରୀଙ୍କର ପେନସନ ଧାର୍ଯ୍ୟକରାଯାଇ ଆସୁଥିବା ବେଳେ ସପ୍ତମବେତନ କମିଶନଙ୍କ ସୁପାରଶି ଅନୁଯାୟୀ ପେନସନ ସମ୍ପର୍କରେ ପ୍ରଥମ ଫର୍ମୁଲା ରାଜ୍ୟରେ କାର୍ଯ୍ୟକାରୀ ନକରିବା ଫଳରେ ବରିଷ୍ଠ ପେନସନର୍ସ ଅଶେଷ କ୍ଷତି ସହିଛନ୍ତି ।ଏହି ବ୍ୟତିକ୍ରମ ଗୁଡ଼ିକ ଦୂରକରିବା ସହିତ ଅତିିରିକ୍ତ ପେନସନ ୬୫ ବର୍ଷରୁ ଦେବା, ସ୍ଥଗିତ ମହଙ୍ଗାଭତା ପ୍ରଦାନ, ସର୍ବନିମ୍ନ ପେନସନ ୯ ହଜାରଟଙ୍କାକୁ ବୃଦ୍ଧି, ପୁରୁଣା ପେନସନ ନିୟମ ଓ ବରିଷ୍ଠ ନାଗରିକମାନଙ୍କୁ ରେଳଯାତ୍ରାରେ ରିହାତି ପ୍ରଦାନ ପୁନଃ ପ୍ରଚଳନ ଇତ୍ୟାଦି ଦାବି ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ।ସେ କହିଥିଲେ ଯେ, ବରିଷ୍ଠ ନାଗରିକଙ୍କ ପ୍ରତିସକରାତ୍ମକ ଓ ସମ୍ବେଦନଶୀଳ ମନୋଭାବ ଏହି ସମସ୍ୟା ଗୁଡ଼ିକ ସମାଧାନ କରିପାରିବ । କେନ୍ଦ୍ରୀୟ ସଂଗଠନର ନେତୃବୃନ୍ଦ ଦାବିଗୁଡ଼ିକ ସମର୍ଥନ କରିବାସହ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ ପାଇଁ ଅନୁମତି ମାଗିଥିବା ଜଣାଇଥିଲେ ।ସମସ୍ତ ପେନସନର୍ସ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ଅନ୍ୟାନ୍ୟ ଅତିଥିମାନେ ଦାବିଗୁଡ଼ିକ ପୂରଣ ପାଇଁ ସରକାରଙ୍କୁ ବାରମ୍ବାର ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲେଖିବା କହିଥିଲେ ।ରାଜ୍ୟ ସରକାର ଓଡ଼ିଶା ଅବସରପ୍ରାପ୍ତଙ୍କୁ କେନ୍ଦ୍ରଭଳି ଚିକିତ୍ସା ସୁବିଧା ନ ଦେଇ ଚରମ ଅବିଚାର କରିଛନ୍ତି ବୋଲି କହିଥିଲେ ।
ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୂଚନା ଦେଇଥିଲେ ଯେ, ସରକାର ସଂଘର ଚିକିତ୍ସା ସୁବିଧା ଦେବା ଦାବି ଉପରେଖୁବ୍ ଶୀଘ୍ର ନିଷ୍ପତି ଘୋଷଣା କରିବେ ।
ଡ. ଅମିୟ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ ଓ ଶ୍ରୀ ଶ୍ୟାମସୁନ୍ଦର ଖାଡ଼ଙ୍ଗା ଅତିିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିବେକାନନ୍ଦ, ସୂର୍ଯ୍ୟମଣି ତ୍ରିପାଠୀ, ଅମୂଲ୍ୟ କୁମାର ଦାସ, ଅକ୍ଷୟ କୁମାର ଦାସ, ଧନଞ୍ଜୟ କେଶରୀ ରାଉତରାୟ, ନରେନ୍ଦ୍ର ଦାସ ଓ ଅଜୟ କୁମାର ସାମଲ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ ।ସର୍ବଶେଷରେ ସଂଘର ୨ ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ହୋଇଥିଲା ।ଶ୍ରୀ କୈଳାସଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *