ଜାତୀୟ ରାଜପଥ ପାଶ୍ୱରେ ଚାଲିଛି ବେଧଡକ ଲୁଟତରାଜ୍

ଢେଙ୍କାନାଳ, ୨୨/୧୧/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ୫୫ ନ ଜାତୀୟ ରାଜପଥ ପାଶ୍ୱରେ ଥିବା ଜୀବନ ଖୋଲ୍ ଆଶ୍ରମ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଭୋଲଟାଜ୍ କମ୍ପାନୀ ଦ୍ୱାରା କରାଯାଉଥିବା ପାଇପ୍ ଲାଇନ୍ କାର୍ୟ୍ୟ ପାଇଁ ରାସ୍ତାରେ ମହଜୁଦ୍ ଥିବା ଲୁହା ପାଇପ୍ କୁ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା କାବୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ ଡକାୟତ ଦଳର ସମସ୍ତ ସଦସ୍ୟ ମାନଙ୍କୁ ମୋଟଙ୍ଗା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଜିମା ଦେଇଥିବା ପ୍ରକାଶ। ସୂଚନା ଯୋଗ୍ୟ ପ୍ରାୟ ୩୦ ରୁ ୪୦ ଜଣିଆ ଡକାୟତ ଦଳ ଟ୍ରକ ଧରି ରାତିରେ ଏପରି ରାହାଜାନୀ ଚଳେଇ ଛନ୍ତି । ଏହି ଦଳ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ସ୍ଥାନୀୟ ଅଞ୍ଚଳର କିଛି ଵ୍ୟକ୍ତି ସମ୍ପୃକ୍ତ ଅଛନ୍ତି ବୋଲି ସୂଚନା ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ରାଜପଥରେ ରାତ୍ରିକାଳୀନ ପାଟ୍ରୋଲିଂ କମ ହେଉଥିବାରୁ ଏସବୁ ଘଟଣା ମାନ ଘଙ୍କୁଥିବା ଦେଖିବାକୁ ମିଳୁଛି ।ଓଡାପଡା ଅଞ୍ଚଳରେ ଥିବା ପୋଲିସ ଫାଣ୍ଡି ରୁ ସହଯୋଗ କମ ମିଳୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଯଦି ଥାନା ଅଧିକାରୀ ଆଗ ଆସି ପହଞ୍ଚୁଛନ୍ତି,ଫାଣ୍ଡି ଅଧିକାରୀ ୧ଘଣ୍ଟା ବିଳମ୍ବରେ ପହଞ୍ଚନ୍ତି । ପୋଲିସ ଉପରୁ ଲୋକଙ୍କ ଆଶା ଓ ବିଶ୍ୱାସ କମିଯିବ ବୋଲି ଚର୍ଚ୍ଚା ଯୋର ଧରିଛି। ଏ ସମ୍ପର୍କରେ ଥାନା ପକ୍ଷରୁ ଏକ କେଶ ରୁଜୁ ହୋଇଛି । କେଶ ନ ୩୫୦/୨୧/୧୧/୨୩ ରେ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଜାରି ରଖିଛି । ଥାନାରେ ଅଟକ ରଖିଥିବା ସନ୍ଦିଗ୍ଧ ଡକାୟତ ମାନଙ୍କ ପ୍ରତି ପୋଲିସ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *