ଯମୁନାକୋଟ ଭାଗବତ ଟୁଙ୍ଗୀ ଆନୁକୁଲ୍ୟରେ ନନ୍ଦ ଉତ୍ସବ ଅନୁଷ୍ଠିତ

ଭୁବନ ୨୪/୦୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଭାଗବତ ଟୁଙ୍ଗୀ ଆନୁକୁଲ୍ୟରେ ଗତ ୧୮ ତାରିଖରୁ ସାପ୍ତାହିକ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ପଞ୍ଚମ ବିଶ୍ରାମ ଦିବସରେ ମହାଆଡମ୍ବରରେ ନନ୍ଦୋତ୍ସବ ଓ ନଗର ପରିକ୍ରମା ହୋଇଥିଲା । ଏଥିରେ କୃଷ୍ଣ ପୁର ଓ ଯମୁନାକୋଟ ର ସଂକୀର୍ତ୍ତନ ମଣ୍ଡଳୀ,ଆଦିପୁରା ଓ ଯମୁନାକୋଟ ଗୋପାଳ ଭାଇ ଯଥା ବ୍ରହ୍ମାନନ୍ଦ ବେହେରା, କୈଳାସ ବେହେରା, କୁଜାଵେହେରା, ଚଗଲିବାରିକ୍, ସୁଵଳ ଦାସ ପ୍ରମୁଖ ଯୋଗଦାନ କରି ଉତ୍ସବଟିକୁ ଆନନ୍ଦ ମୁଖର କରିଥିଲେ। ଏଥିରେ ନନ୍ଦରାଜା, ନନ୍ଦ ରାଣୀ, କୃଷ୍ଣ ଓ ବଳରାମ ନଗରପରିକ୍ରମା କରିଥିଲେ।ଭାଗବତ ଟୁଙ୍ଗୀ ର ଗୁରୁଭାଇ ମାନେ ଯଥା ବ୍ରଜ ଵନ୍ଧୁରାଉତ, ମଦନଵେହେରା, ଅଚ୍ୟୁତାନନ୍ଦ ସାହୁ, ଚକ୍ରଧର କାଣ୍ଡି, ଭୀମସେନ ସାହୁ, ବିକ୍ରମ ବେହେରା, ନଟଵର ସାହୁ, ଅନନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ପଣ୍ଡିତ ସୁବୋଧ ପଣ୍ଡା,ଵ୍ୟାସ ନୀଳମଣି ପଣ୍ଡା,ଧାରକ ନିରଞ୍ଜନ ମିଶ୍ର ନଗର ପରିକ୍ରମାରେ ଯୋଗଦାନ କରି ଉତ୍ସବଟିକୁ ବହୁଗୁଣିତ କରିଥିଲେ । ଏ ସମସ୍ତ କାର୍ଯ୍ୟ କ୍ରମକୁ ଅଦ୍ଵୈତ ସାହୁ ଓ ରମେଶ ଚନ୍ଦ୍ର ପାଣି  ଭାବରେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *