ଲୁଙ୍ଗି ଲଗାଇ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା

ଲକ୍ଷ୍ମୀପୁର,୨୪/୦୨/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା) – କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ନିଲା ବାଡି ପଞ୍ଚାୟତର ସବଡମ୍ ଗ୍ରାମର ଏକ ଗଛ ଉପରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଏକ ଲୁଙ୍ଗି ଲଗାଇ ଆତ୍ମ ହତ୍ୟା କରିଛନ୍ତି।ମୃତ ବ୍ୟକ୍ତି ଜଣଙ୍କ ହେଲେ କାନାଗାଁ ପଞ୍ଚାୟତ ରାମଜୀପୁଟ ଗ୍ରାମର ଶିବ ହୁଇକା।ଏନେଇ ତାଙ୍କ ସ୍ତ୍ରୀ ମିନ୍ଦୁଲି ହୁଇକା ଗ୍ରାମ ବାସୀଙ୍କ ସହ ଯାଇ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ବନ୍ଧୁଗାଁ ଥାନାର ଏକ ପୋଲିସ ଟିମ ଘଟଣା ସ୍ଥଳକୁ ଯାଇ ମୃତ ଦେହ ଉଧାର କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଏନେଇ ବନ୍ଧୁଗାଁ ଥାନାର ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ତଦନ୍ତକାରି ଅଫିସର ବି.ଟି ସାଧୁ କେଶ ପ୍ରକାଶ କରିଛନ୍ତି।ପୋଲିସ ସୂତ୍ରରୁ ପ୍ରକାଶ ଶିବ ହୁଇକା ଗତ ରାତିରେ ମାନସିକ ଭାରସାମ୍ୟ ହରାଇ ରାତି ସାରା ଗାଁରେ ବୁଲୁଥିଲେ।ପାହାନ୍ତିଆ ଚାରିଟା ବେଳେ ତାଙ୍କର ଦେଖା ନ ମିଳିବାରୁ ତାଙ୍କ ସ୍ତ୍ରୀ ମିନ୍ଦୁଲି ହୁଇକା ବାହାରକୁ ଯାଇ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର ଦେଖା ନ ମିଳିବାରୁ ଘରକୁ ଫେରି ଆସିଥିଲେ।ଶୁକ୍ରବାର ସକାଳ ପ୍ରାୟ ୧୦ଟା ବେଳେ ନିଲାବାଡି ପଞ୍ଚାୟତ ଅନ୍ତର୍ଗତ ସାବଡ଼ାମ୍ ଗ୍ରାମର ଏକ ଗଛ ଉପରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ।ପରେ ମୃତ ବ୍ୟକ୍ତି ଜଣକ ରାମଜୀପୁଟ ଗାଁର ବୋଲି ଜାଣିବାକୁ ପାଇ ତାଙ୍କ ଘରକୁ ଖବର ଦେଇଥିଲେ। ମୃତ ବ୍ୟକ୍ତିଙ୍କ ଦୁଇ ଜଣ ଛୋଟ ଛୋଟ ଶିଶୁ କନ୍ୟା ଥିବା ବେଳେ ତାଙ୍କ ଲାଳନ ପାଳନ ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *