ଖୋର୍ଦ୍ଧା, ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଆଉ ମାତ୍ର ଦିନ କେଇଟା ପରେ ଭୋଟ ଦେବେ ଜନତା ଜନାର୍ଦନ। ସେଥିପାଇଁ କୌଣସି ସୁଯୋଗ କୁ ହାତ ଛଡା କରିବାକୁ ଚାହୁନାହିଁ ଶାସକ ବିଜେଡି ।ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ ଦେଖିବାକୁ ମିଳିଛି ରୋଚକ ପ୍ରଚାର କାର୍ଯ୍ୟକ୍ରମ । ଟାଙ୍ଗୀ ଗ୍ରାମ ପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ ମାନେ ବିଜେଡ଼ି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଆଜି ୱାର୍ଡ ସଭ୍ୟ ପ୍ରମୋଦ ପାତ୍ର, ପ୍ରତାପ ପୃଷ୍ଟି,ପାଣ୍ଡବ ମାଝୀ,ରାଜେଶ ବେହେରା,ବାବୁ ପ୍ରଧାନ, ଶିବ ରାଉଳ ଙ୍କ ସମେତ ୧୫ ରୁ ଅଧିକ ୱାର୍ଡ ସଭ୍ୟ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର ଙ୍କ ନେତୃତ୍ୱ ରେ ଏକାଠି ହୋଇଛନ୍ତି।ବିଜେଡି ବିଧାୟକ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କ ସପକ୍ଷରେ ପ୍ରଚାର କୁ ଓହ୍ଲାଇଛନ୍ତି। ଟାଙ୍ଗୀ ଏନ୍ ଏ ସି ର ବିଭିନ୍ନ ଅଂଚଳରେ ଘରକୁ ଘର ବୁଲି ବୁଲି ବିଜେଡି ପାଈଁ ପ୍ରଚାର କରୁଛନ୍ତି।ରାଜ୍ୟ ସରକାର ଜାରୀ କରିଥିବା ଐତିହାସିକ ନିର୍ବାଚନୀ ଇସ୍ତାହାର ଯଥା ଘରକୁ ମାଗଣା ବିଜୁଳି, ଚାଷୀ କ୍ଷେତକୁ ମାଗଣା ବିଜୁଳି,ଝିଅ ବାହାଘର ସମୟରେ ୨୫ ହଜାର ଟଙ୍କା ଆର୍ଥିକ ସହାୟତା, ଯୁବ ବଜେଟ ସହ ଛାତ୍ର କଲ୍ୟାଣ ଯୋଜନା ସମ୍ପର୍କରେ ଜନ ସାଧାରଣ ଙ୍କୁ ଅବଗତ କରାଉଛନ୍ତି। ଫଳରେ ଜନ ସାଧାରଣ ନବୀନ ଙ୍କୁ ପୁଣି ଥରେ ଆଶୀର୍ବାଦ କରିବେ ବୋଲି ଲୋକେ ଦେଉଛନ୍ତି ପ୍ରତିଶ୍ରୁତି।ଏହା ସହ ଯୋଡି ଶଙ୍ଖ ରେ ଭୋଟ ଦେଇ ନବୀନ ପଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟ ମନ୍ତ୍ରୀ ପଦରେ ବସାଇବେ ବୋଲି ଜନତା ଜନାର୍ଦନ ପ୍ରକାଶ କରିଛନ୍ତି। ବିଜେଡି ର ଦୁଆର କୁ ଦୁଆର ବୁଲି ପ୍ରଚାର କାର୍ଯ୍ୟକ୍ରମ କୁ ଜନତା ମାନେ ବିପୁଳ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।
ୱାର୍ଡ ସଭ୍ୟ ମାନଙ୍କ ସହ ବିଜେଡି ଯୁବ ନେତା ପ୍ରଦୀପ ମହାପାତ୍ର, ଅଶୋକ ମହାପାତ୍ର,ନୀଳକଣ୍ଠ ବେହେରା,ମହେନ୍ଦ୍ର ସାହୁ, ଅଜୟ ରାୟ,ବ୍ରଜବନ୍ଧୁ ଦାଶ,ଉପେନ୍ଦ୍ର ସାହୁ,ମାନସ ବଳିୟାର ସିଂ ଓ ଅଜୟ ସାହୁ ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇ ପ୍ରଚାର କରୁଛନ୍ତି।