ହିନ୍ଦୋଳ ଇନଡ଼ୋର ଷ୍ଟାଡିୟମ ଉଦଘାଟିତ

ହିନ୍ଦୋଳ,୨୩/୦୨/୨୦୨୪ (ଓଡ଼ିଶା ସମାଚାର)- ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ଜରିଆରେ ସାରା ଓଡିଶାରେ ହୋଇଥିବା ଇନ୍ ଡ଼ୋର ଷ୍ଟାଡିୟମ ଓ ଅନ୍ୟାନ୍ୟ ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି । ଏହି ପରିପେକ୍ଷୀରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ଉଦ୍ୟମରେ ହିନ୍ଦୋଳ ସଦରମହକୁମା ହିନ୍ଦୋଳ ଏନଏସି ରେ ନିର୍ମିତ ଇନଡ଼ୋର ଷ୍ଟାଡିୟମ ଟି ଉଦଘାଟିତ ହୋଇଯାଇଛି । ଆୟୋଜିତ କାର୍ୟ୍ୟକ୍ରମରେ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫଳକ ଅନାବରଣ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଉନ୍ନତି ମୂଳକ କାର୍ୟ୍ୟ କରୁଛନ୍ତି । ସେଥିମଧ୍ୟରୁ କ୍ରୀଡାର ଭିତ୍ତିଭୂମି ପ୍ରତିଷ୍ଠା ସହ କ୍ରୀଡା ଓ କ୍ରୀଡ଼ାବିତ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି ଏବଂ କ୍ରୀଡାର ପ୍ରୋତ୍ସାହନ ନିମନ୍ତେ ପଦକ୍ଷେପ ନେଇ ଓଡିଶାକୁ କ୍ରୀଡାର ହବରେ ପରିଣତ କରିବା ସହ ବିଶ୍ୱ ହକି କପ ସଫଳତାର ସହ ଆୟୋଜନ କରି ବିଶ୍ୱର ମାନଚିତ୍ରରେ ଓଡିଶାର ସ୍ଥାନ ସ୍ୱତନ୍ତ୍ର କରିଛନ୍ତି ବୋଲି ଭିଡ଼ିଓ କନଫ୍ରେସ ମାଧ୍ୟମରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ନିଜନିଜ ବହୁମୂଲ୍ୟ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି ଅବସରରେ ବିଧାୟିକା ସୀମାରାଣୀ ନାୟକ ହିନ୍ଦୋଳ ପ୍ରଗତିରେ ସଦାସର୍ବଦା ସହଯୋଗ ଯୋଗାଇ ଦେଉଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପଣ୍ଡିୟାନଙ୍କୁ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ଜେଲ ରୋଡ଼ ନିକଟରେ ନିର୍ମିତ ତଥା ହିନ୍ଦୋଳର ଶୋଭାବର୍ଦ୍ଧନ ବଢ଼ାଉଥିବା ଏହି ଇନଡ଼ୋର ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ବିଧାୟିକାଙ୍କ ସହ ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ, ନିର୍ବାହୀ ଅଧିକାରୀ, ବ୍ଲକ ଓ ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ,କାଉନସିଲର, ପୂର୍ବତନ କାଉନସିଲର,ଖେଳାଳି, ସାମ୍ବାଦିକ ଓ ଜନସାଧାରଣ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *