ଯଦି – – ଅନୁସୟା ସାହୁ

ଯଦି ଶବ୍ଦ ଟି ଛୋଟ କିନ୍ତୁ ତା ଭିତରେ ଲୁପ୍ତ ରହିଛି ଜୀବନର ଚାବିକାଠି ।ଅଜସ୍ର ଅସୁମାରୀ ସ୍ୱପ୍ନ

ଯଦି ଜୀବନ  ହୁଏ ଏକ ଅସରନ୍ତି ଯାତ୍ରା

ସ୍ୱପ୍ନ ହେଉ ତାର ପଥର ଦିଶା।

ଯଦି ଦୁଃଖ ଆସେ ତାକୁ ଧୈର୍ଯ୍ୟ ଧରିବା।

ଯଦି ସୁଖ ଆସେ ତାକୁ ହସି ଗ୍ରହଣ କରିବା

ଯଦି କଷ୍ଟ ଆସେ ତାକୁ ଆପଣାଇ ନେବା

ଯଦି ଝଡ଼ ଆସେ  ଭାଙ୍ଗି ନ ପଡ଼ିବା

ଯଦି ଅନ୍ଧାର ଘୋଟେ ଆଶା ର ଦୀପ ଜାଳିବା

ଯଦି ହାରି ଯାଉ  ପୁଣି ଥରେ ଉଠିବା

ଯଦି ଜୀବନ ମିଳିଛି

ସ୍ନେହ ଶ୍ରଦ୍ଧା ଭଲ ପାଇବା ବାଣ୍ଟି ବୁଲିବା।

 ଯଦି ମନ ର କଥା ଶବ୍ଦ ରେ କୁହା ଯାଇ ପାରେ

ତେବେ ନୀରବତା  ର ଆଢୁଆଳ ରେ  କେତେ ଯେ ଭାବନା ଅକୁହା ରହି ନ ଥାଆନ୍ତା

ଯଦି ପ୍ରତେକ ଇଚ୍ଛା ପୂରଣ ହୋଇ ଯାଆନ୍ତା

ତେବେ ଅପେକ୍ଷା ର ମଧୁରତା ଏବଂ ସ୍ୱପ୍ନ ର  ସୌନ୍ଦର୍ୟତାକେଉଁଠି ରହି ନ ଥାଆନ୍ତା

ଯଦି ଜୀବନ ଏକ କବିତା 

ତେବେ “ଯଦି ” ସେହି କାବ୍ୟ ର ଅଧୁରା ପଂକ୍ତି

ଯାହା କୁ ମନ ବାରମ୍ବାର ପୂରଣ କରିବା କୁ ଚାହେଁ।

ଯଦି ହେଉଛି ମନ ର ସେଇ ଝରକା 

ଯେଉଁ ବାଟେ ଅତୀତ କୁ ଫେରି ଚାହୁଁ,ଭବିଷ୍ୟତ କୁ ଦେଖୁ,ଆଉ ବର୍ତ୍ତମାନ କୁ ନୂଆ ଅର୍ଥ ଦେଉ।

Leave a Reply

Your email address will not be published. Required fields are marked *