ଯାଜପୁର ଜିଲ୍ଲାରେ ଜାତୀୟ କ୍ରୀଡା ଉତ୍ସବର ଉଦଯାପନୀ ଦିବସ ଅବସରରେ ସାଇକେଲ ରାଲି ଅନୁଷ୍ଠିତ।

ଯାଜପୁର,୩୧/୦୮/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ଜାତୀୟ କ୍ରୀଡା ଦିବସର ଉଦଯାପନୀ ଉତ୍ସବ ଅବସରରେ ଏକ ସାଇକେଲ୍ ରାଲି ଆୟୋଜିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯାଜପୁର  ଲୋକସଭା ସାଂସଦ ଡ଼. ରବିନ୍ଦ୍ର ନାରାୟଣ ବେହେରା ଯୋଗଦେଇ ପତାକା ଦେଖାଇ ରାଲିକୁ ଶୁଭାରମ୍ଭ କରିଥିଲେ।ଏହି ବିଶାଳ ସାଇକେଲ୍ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ବାହାରି ଗାନ୍ଧିଛକ, ମେଡିକାଲ ଦେଇ ଇଣ୍ଡୋର୍ ଷ୍ଟାଡିୟମ, ଯାଜପୁର ଠାରେ ସମାପ୍ତ ହୋଇଥିଲା।

ଏହି ସାଇକଲ ରାଲିରେ ସାଂସଦ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ,  ହକି, ବ୍ୟାଡ଼ମିଣ୍ଟନ, ଟାଇକାଣ୍ଡୋ କ୍ରୀଡ଼ାବିତ, ଜିଲ୍ଲା ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସହରର ନାଗରିକ ମାନଙ୍କ ସହ ସାଇକେଲ୍ ଚଳାଇ ସକ୍ରିୟ ଭାବରେ ଯୋଗଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ରାଲିରେ ଯୋଗଦାନ ପୂର୍ବକ ମାନ୍ୟବର ସାଂସଦ ଶ୍ରୀ ବେହେରା କହିଲେ ଆଜିର ଏହି ସାଇକେଲ୍ ରାଲି କେବଳ କ୍ରୀଡା ପ୍ରତି ଆମର ସଚେତନତାକୁ ବୃଦ୍ଧି କରୁନାହିଁ, ବରଂ ସ୍ୱାସ୍ଥ୍ୟ, ପରିବେଶ ଓ ସାମାଜିକ ସଚେତନତା ପ୍ରଚାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

ଯୁବପିଢ଼ୀଙ୍କୁ କ୍ରୀଡାରେ ଆଗ୍ରହୀ କରିବା, ସୁସ୍ଥ ଜୀବନଶୈଳୀର ସନ୍ଦେଶ ପ୍ରସାର କରିବା ଏବଂ ପରିବେଶ ସୁରକ୍ଷାପ୍ରତି ସଚେତନ ରହିବା ଆମ ସମସ୍ତଙ୍କ ଦାୟିତ୍ୱ।

ଏହି ସାଇକେଲ୍ ରାଲି ମାଧ୍ୟମରେ ଯାଜପୁର ଜିଲ୍ଲାରେ କ୍ରୀଡାପ୍ରେମୀ, ଛାତ୍ରଛାତ୍ରୀ ଏବଂ ସମସ୍ତ ସଚେତନ ନାଗରିକଙ୍କ ଏକତାର ସନ୍ଦେଶ ପ୍ରକାଶିତ ହୋଇଛି।

କ୍ରୀଡାପ୍ରତି ସଚେତନତା, ସ୍ୱାସ୍ଥ୍ୟ ଜାଗରୁକତା ଓ ପରିବେଶ ସୁରକ୍ଷାର ସନ୍ଦେଶ ପ୍ରଚାର ପାଇଁ ଏହି ରାଲିର ଆୟୋଜନ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ କହିଲେ ଏହା କେନ୍ଦ୍ର ସରକାରଙ୍କ ଏକ ଯୋଜନା।ଏହି ରାଲି ମାଧ୍ୟମରେ ସମାଜ କୁ ବାର୍ତ୍ତା ଦେବା ଯେ କ୍ରୀଡା କସରତ ମାଧ୍ୟମରେ ନିଜକୁ ଫିଟ ରଖିବା ଓ ଶରୀର କୁ ସୁସ୍ଥ ରଖିବା।

ଜିଲ୍ଲା କ୍ରୀଡା ବିଭାଗ ଦ୍ୱାରା ଆୟୋଜିତ ଏହି ସାଇକେଲ୍ ରାଲିରେ ଜିଲ୍ଲା କ୍ରୀଡା ଅଧିକାରୀ, ଶ୍ରୀ ଫକୀର ମୋହନ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ,  କର୍ମଚାରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡାବିତ୍ ଓ ସ୍ଥାନୀୟ କ୍ରୀଡାପ୍ରେମୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *