ଭୁବନ ରେ ଭାଲୁ ଆତଙ୍କ

ଭୁବନ ୨୩/୦୨/୨୦୨୪ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ଗତ ମସେ ହେଲା ଭାଲୁ ଆତଙ୍କ ସୃଷ୍ଟି ହୋଇଛି । ଖାଦ୍ୟ ଅନ୍ୱେଷଣରେ ଜଂଗଲୀ ଭାଲୁ ସହର ଭିତରକୁ ପଶି ଆସୁଛନ୍ତି । ଗତ ମାସରେ ନୁଆ ଭୁବନ, ବନ୍ଦାଳ ଅଞ୍ଚଳରେ ଭାଲୁ ବୁଲୁଥିବା ବେଳେ ଦୁଇ ଦିନ ତଳେ ଡାକ ବଙ୍ଗଳା ପରିସରରେ ଦେଖିବାକୁ ମିଳିଥିଲା । ଗତ କାଲି ରାତିରେ ଭୁବନ ଅଗ୍ନିଶମ କାର୍ୟ୍ୟାଳୟ ପରିସରରେ ଭାଲୁ କୁ ଦେଖି ଡ୍ୟୁଟି ରେ ଥିବା କର୍ମଚାରୀ ମାନେ ଆତଙ୍କିତ ହୋଇ ପଡ଼ି ତୁରନ୍ତ ବନ ବିଭାଗ କୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚିଲା ବେଳକୁ ଭାଲୁ ଟି କୁଆଡେ ପଳାଇ ଯାଇଥିଲା । ଭାଲୁ ଟି ଭରତି ପାହାଡ କିମ୍ବା ଦଲାର ଜଙ୍ଗଲ ରୁ ଆସିଛି ବୋଲି କୁହା ଯାଉଛି । ତେବେ ମଧ୍ୟରାତ୍ରରେ ଭାଲୁ ବାହାରୁଥିବା ଭୟରେ ଲୋକମାନେ ରାତି ପଦାକୁ ବାହାରିବାକୁ ଭୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *