ପୌର ପରିଷଦ କାର୍ଯ୍ୟାଳୟରେ ନୂତନ ବର୍ଦ୍ଧିତ ଭତା ବିତରଣ ।

ଜଗତସିଂହପୁର, ୨୨/୦୨/୨୦୨୪ (ଓଡ଼ିଶା ସମାଚାର)- ଅଦ୍ୟ ତା ୨୨-୦୨-୨୦୨୪ ତାରିଖ ଗୁରୁବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ସଭାଗୃହରେ ମାନ୍ୟବର ବିଧାୟକ, ଜଗତସିଂହପୁର ତଥା ମୁଖ୍ୟ ସଚେତକ ଓଡିଶା ସରକାର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଙ୍କ କରକମଳରେ ୯୬ ଜଣ ହିତାଧିକାରୀଙ୍କୁ ନୂତନ ବର୍ଦ୍ଧିତ ଭତା ବିତରଣ କରିଥିଲେ । ୭୦ଟି ବାର୍ଦ୍ଧକ୍ୟ ଭତା,୪ ଟି ଶାରୀରିକ ବିକଳାଙ୍ଗ ଭତା, ୨୦ ଟି ବିଧବା ଭତା ଏବଂ ୨ଟି ପରିତ୍ୟକ୍ତା ଭତା ପ୍ରଦାନ କରାଯାଇଥିଲା । ଉକ୍ତ କାଯ୍ୟକ୍ରମରେ ପୌରାଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ,ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ବଢୁ , ପାରିଷଦ ମେନକା ବେହେରା, ମିଲ୍ଲି ସେଠୀ, ଜୟନ୍ତି ମହାଲି, ସୋନାଲି ସିଂହ, କିରଣକାନ୍ତି ଦାସ, ଜଗତାନନ୍ଦ ପଢିହାରୀ, ଧିରା ଦାଶ, ପ୍ରଭାତୀ ସାହୁ,ସବିତା ପ୍ରଧାନ, ମନୋଜ ମହାନ୍ତି,ଅନାମ ଚରଣ ସେଠୀ, ଓମଶ୍ରୀ ସତ୍ୟପ୍ରକାଶ,କ୍ରିନସିପ୍ରିୟା ପରିଜା,ଦୀପ୍ତୀ ରଞ୍ଜନ ସାହୁ , ସାଗରୀକା ଦାଶ, ଗୋଷ୍ଠି ସଂଗଠିକା ସ୍ୱସ୍ତୀତପା ଜେନା, କମ୍ପ୍ୟୁଟର ଅପରେଟର ସୁଦର୍ଶନ ଭୋଇ ଏବଂ ସମସ୍ତ ଟିକସ ଅସୁଲକାରୀ ଏହି କାର୍ଯ୍ୟକ୍ରମକୁ ସୁଚାରୁପେ ପରିଚାଳନା କରିଥିଲେ । ଏହି ଅବସରରେ ଟାଉନ ହଲ ଛକ ଠାରୁ ସରକାରୀ ମେଡିକାଲ ଛକ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଶୁଭ ଉଦ୍ଘାଟନ ମାନ୍ୟବର ବିଧାୟକଙ୍କ କରକମଳରେ କରାଯାଇଥିଲା

Leave a Reply

Your email address will not be published. Required fields are marked *