କଟକ ସଦର,୧୩/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍ ଈଶାଣିଵ୍ରହ୍ମପୁର ପଞ୍ଚାୟତର କଲରାଵାଙ୍କ ନିକଟସ୍ଥ ସାଧୁସାହି ତିଆଡିସାହି ଠାରେ ଗ୍ରାମୀଣ ସୁପର ମିନାଵଜାର କଟକ ସଦର
ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।ଏହି ଉପଲକ୍ଷେ ପୂର୍ବତନ ସରପଂଚ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଧାୟକ ଇଂ ସେଠୀ ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ମିନାଵଜାର ସହରୀ ମେଳାର ଖୋରାକ ଯୋଗାଇବ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ତ୍ରିପାଠୀ, ସଂଜୟ ପରିଡ଼ା, ଜଗବନ୍ଧୁ ସେଠୀ, ସର୍ବେଶ୍ଵର ନାୟକ,ରାଜ କୁମାର ତ୍ରିପାଠୀ,
ନରେନ୍ଦ୍ର ବେହେରା, ପ୍ରକାଶ ରାଉତ, ମନୋରଞ୍ଜନ ଦାସ, ହରେକୃଷ୍ଣ ସେଠୀ,ବିଜୟ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଉଦଘାଟନ ପରେ ବିଧାୟକ ଇଂ ସେଠୀ ବିଭିନ୍ନ ଷ୍ଟଲ ଵୁଲି ଦେଖିବା ସହିତ ଚଟପଟି ଖାଦ୍ୟ ର ମଜା ନେଇଥିଲେ।ଏହି ମିନାଵଜାର ୧୫ ଦିନ ପାଇଁ ଚାଲିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।
ସାଧୁ ସାହିରେ ଗ୍ରାମୀଣ ସୁପର ମିନାଵଜାର ଉଦଘାଟିତ
