ଗୁଣୁପୁର ଠାରେ ସମାଜସେବୀଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ମାହାଙ୍ଗା, ୨୧/୦୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନ) – ମୂଳବସନ୍ତ ପଞ୍ଚାୟତର ଗୁଣୁପୁର ଠାରେ ସମାଜସେବୀ ଦିଲ୍ଲୀପ କୁମାର ସାହୁଙ୍କ ସ୍ମୁତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଦିଲୀପ ଜଣେ ପରୋପକାରୀ, ଆଧ୍ୟାତ୍ମିକବାଦୀ, ମେଳାପୀ ତଥା ମିଷ୍ଠଭାଷୀ ମଣିଷ ଭାବେ ସମାଜ ପାଇଁ ସବୁବେଳେ ଭଲକାମ କରୁଥିବାରୁ, ସେ ମରଣଜୟୀ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବା ବକ୍ତାମାନେ କହିଥିଲେ  । କବି ପ୍ରଶାନ୍ତ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ସାମ୍ବାଦିକ ଅଖିଳେଶ ମହାନ୍ତି ଯୋଗଦେଇ ସ୍ବର୍ଗତ ସାହୁଙ୍କ ବହୁମୁଖୀ ଜୀବନାଦର୍ଶ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି କହିଥିଲେ  । ମୁଖ୍ୟବକ୍ତା ଭାବେ ସମାଜସେବୀ ଉପେନ୍ଦ୍ରନାଥ ରଣା ଯୋଗଦେଇଥିବା ବେଳେ , ସମ୍ମାନିତ ଅତିଥିଭାବେ ଯୁବ ସଂଗଠକ ଶୁଭେନ୍ଦୁ ସାମଲ, ରଞ୍ଜନ କୁମାର ସାମଲ, ଅଜୟ ରାଉତ, ସଚିନ୍ଦ୍ର ସାହୁ, ଶ୍ରୀରାମ ସାହୁ, ଗୌରାଙ୍ଗ ନାଥ,ସଦାଶିଷ ସାହୁ,ହରିହର ବିଶ୍ୱାଳ, ବିକାଶ ସାହୁ, ପ୍ରତାପ ସାହୁ, ପ୍ରଦୀପ ସାହୁ, ଶ୍ରୀନିବାସ ସାହୁ, ସନ୍ତୋଷ ସାହୁ ପ୍ରମୁଖ ଏହି ସ୍ମୁତିଚାରଣ କାର୍ଯ୍ୟକ୍ରମରେ  ଉପସ୍ଥିତ ହୋଇ ସ୍ବର୍ଗତ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ  । ସାମ୍ବାଦିକ ରାମକୃଷ୍ଣ ସାହୁ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ  ।

Leave a Reply

Your email address will not be published. Required fields are marked *