ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ସମୟରେ ସରସ୍ୱତୀ ଭଷାଣୀ ଅନୁମତି ନ ଦେବାକୁ ଦାବି

ଡିଜେ ଓ ମାଇକରେ ଅତିଷ୍ଠ ପରୀକ୍ଷାର୍ଥୀ

କେନ୍ଦ୍ରାପଡ଼ା, ୨୧/୦୨/୨୦୨୪ (ଓଡ଼ିଶା ସମାଚାର)- ସମଗ୍ର ଜିଲାରେ ବର୍ତମାନ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଚାଲିଛି । ସହର ଠାରୁ ଆରମ୍ଭକରି ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଆଡେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଅଛି । ଏହି ସରସ୍ୱତୀ ପୂଜାରେ ମାଇକ୍ ଓ ଡିଜେର ଉଦ୍ଭଟ ଶବ୍ଦରେ ପରୀକ୍ଷାର୍ଥୀ ଅତିଷ୍ଠ ହୋଇପଡିଲେଣି । ସରସ୍ୱତୀ ପୂଜା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିଲେ ମଧ୍ୟ ସହରାଂଚଳରେ ଭଷାଣୀ ଶୋଭାଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆନଯିବା ଏକ ବଳିଷ୍ଠ ତଥା ପ୍ରଂଶସନୀୟ ପଦକ୍ଷେପ । କିନ୍ତୁ ଗ୍ରାମାଂଚଳରେ ଡିଜେ ଓ ମାଇକ୍ ଶବ୍ଦରେ ସାଧାରଣ ଲୋକେ ଅତିଷ୍ଠ ହେବା ସହିତ ଗତ ୧୬ ତାରିଖରୁ ଯୁକ୍ତ ୨  ଓ ୨୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପରୀକ୍ଷାର୍ଥୀମାନେ ସମସ୍ୟାରେ ପଡିଛନ୍ତି । କେତେକ ଅଂଚଳରେ ଆସନ୍ତା ୨୨ ଏବଂ ୨୪ ଦୁଇ ଦିନ ଧରି ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବାଜା, ବାଣରେ ଗ୍ରାମାଂଚଳ ପଡିବ ଉଠିବ । ଜିଲା ପ୍ରଶାସନ ଏବଂ ପୋଲିସ ଏହି ଭଷାଣୀ ଶୋଭାଯାତ୍ରକୁ ଅନୁମତି ନ ଦେବାକୁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *