ସ୍କୁଲ ପାଚିକା ଓ ସାହାୟିକା ଙ୍କ ୬୦୦ ଟଙ୍କା ଭତ୍ତା ବୃଦ୍ଧି କୁ ନେଇ ଅସନ୍ତୋଷ

ଜୁନାଗଡ଼,୨୧/୦୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) – ସାରା ଓଡିଶା ରେ କାର୍ୟ୍ୟରତ ସ୍କୁଲ ପାଚିକା ଓ ସହାୟିକା ଙ୍କ ଭତ୍ତା ଗତ ୧୭ ଫେବୃଆରୀ ରେ ମାସକୁ ୧୪୦୦ ରୁ ୨୦୦୦ ଟଙ୍କା କୁ ସରକାର ବୃଦ୍ଧି କରିଛନ୍ତି,ଯାହାକି ପାଚିକା ଓ ସାହାୟିକା ଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି । ସକାଳ ନ ଘଣ୍ଟା ରୁ ସନ୍ଧ୍ୟା ଚାରି ଘଣ୍ଟା ପର୍ୟନ୍ତ୍ୟ କଠିନ ପରିଶ୍ରମ କରୁଥିବା ଏହି ସ୍କିମ ଶ୍ରମିକ ଙ୍କ ଠାରୁ ସରକାର କାର୍ୟ୍ୟ ହାସଲ କରି ଶୋଷଣ କରୁଥିବା ସଂଘ ରାଜ୍ୟ ଉପ ସଭାପତି ଏକ ପ୍ରେସ ବିବୃତି ରେ ଜଣାଇ ଛନ୍ତି । ରାଜ୍ୟ ରେ ଅଣକୁଶଳୀ ଶ୍ରମିକ ଙ୍କ ଦୈନିକ ସର୍ବ ନିମ୍ନ୍ ମଜୁରୀ ୩୫୧ ଟଙ୍କା ଥିବାବେଳେ ପାଚିକା ଓ ସାହାୟିକା ଙ୍କୁ ମାସକୁ ମାତ୍ର ୨୦୦୦ ଟଙ୍କା ଯାହାକି ଆଜି ଦିନରେ ବଂଚିବା ଅସମ୍ଭବ ଓ ଶ୍ରମିକ ସର୍ବନିମ୍ନ ମଜୁରୀର ସରକାରୀ ନିୟମ ଉଲଘଂନ କରୁଛି । ଏହି ଦୈନିକ ମଜୁରୀ ବୃଦ୍ଧି ସହ ସାମାଜିକ ସୁରକ୍ଷା, ଅବସର ପରେ ଭତ୍ତା, ବୀମା ରାଶି ୫ ଲକ୍ଷ୍ୟ କୁ ବୃଦ୍ଧି, ବର୍ଷ କୁ ୧୦ ମାସ ଜାଗାରେ ୧୦ ମାସ ଦରମା ପ୍ରଦାନ, ଅବସର ପରେ ସହାୟତା ରାଶି ୫ ଲକ୍ଷ ଟଙ୍କା ପ୍ରଦାନ, ପ୍ରଭୁତି ଦାବୀ ଗୁଡିକୁ ସରକାର ବିଚାର କୁ ନେଇ କାର୍ୟ୍ୟକାରିତା କରିବା ପାଇଁ ନିଖିଳ ଓଡ଼ିଶା ଏମ. ଡି. ଏମ ପାଚିକା ସଂଘ ରାଜ୍ୟ ଉପସଭାପତି ଅକ୍ଷୟ କୁମାର ମେହେର ପ୍ରେସ ବିଜ୍ଞପ୍ତି ଜାରି କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *